Pratidin TV

Odisha's Digital News Platform

ଗ୍ରାମବାସୀଙ୍କୁ ରକ୍ତାତ କରି ସ୍କୁଲ ଘରେ ବନ୍ଦ କରିଦେଲେ ଚେୟାରମ୍ୟାନ ବାବୁ …

1 min read

କେନ୍ଦ୍ରାପଡା ; ପୋଷା ଗୁଣ୍ଡାଙ୍କୁ ସାଥିରେ ଧରି ରାତିଅଧିଆ ନିଜ ବିଦ୍ୟାଳୟର ମରାମତି କାର୍ଯ୍ୟ କଲେ ବିଦ୍ୟାଳୟର ଚେୟାରମ୍ୟାନ । ଏହାର ପ୍ରତିବାଦ କରିବାରୁ ଘଟଣାସ୍ଥଳେ ଅଭିଯୋଗକାରୀଙ୍କୁ ଠେଙ୍ଗାରେ ବାଡାଇ ଲହୁ ଲୁହାଣ କରି ସେହି ବିଦ୍ୟାଳୟର ଏକ କୋଠରୀରେ ବନ୍ଦ କରିଦେଲେ ଚେୟାରମ୍ୟାନ ଓ ତାଙ୍କ ପୋଷା ଗୁଣ୍ଡା । ଖବର ପାଇ ପୀଡିତଙ୍କୁ ବନ୍ଦ କୋଠରୀରୁ ଉଦ୍ଧାରକରୀ ଡାକ୍ତରଖାନା ପଠାଇଲା ପୋଲିସ । ରାଜନଗର ଡାକ୍ତରଖାନାରେ ପୀଡିତଙ୍କ ସ୍ୱାସ୍ଥ୍ୟଅବସ୍ଥା ଖରାପ ଥିବାରୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କଲା ରାଜନଗର ଚିକିତ୍ସାଳୟ । ଏବେ ମୃତୁ ସହିତ ସଂଗ୍ରାମ କରୁଛନ୍ତି ପୀଡିତ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜନଗର ତାଳଚୁଆ ମେରାଇନ ଥାନା ଅଧିନସ୍ତ ଆନନ୍ତକେଶରୀ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କେରୁଆପାଳ ପଞ୍ଚାୟତ ଅଧିନସ୍ତ ଆନନ୍ତକେଶରୀ ଗାଁ ର ଅନନ୍ତକେଶରୀ ପ୍ରଯେକ୍ଟ ପ୍ରାୟମେରି ସ୍କୁଲରେ ।

ସୂଚନା ମୁତାବକ ଲକ୍ଷାଧିକ ଟଙ୍କା ହରିଲୁଟ କରିବା ଉଦେଶ୍ୟରେ ସ୍କୁଲ ଚେଆର ମ୍ୟାନ ଓ ୱାର୍ଡ ମେମ୍ବର ପ୍ରତିନିଧି ଅଶ୍ୱନି ଖଟୁଆ ସହ ଦସ ବାର ଜଣ ମିଶି ରାତିରେ କରୁଥିଲେ ସ୍କୁଲ ରେ ନିମ୍ନମାନର କାର୍ଯ୍ୟ । ଲକ୍ଷ ରହିଥିଲା ଲକ୍ଷାଧିକ ଟଙ୍କା ହରିଲୁଟ କରିବାର, ଚାଲିଥିଲା ଲୁଚିଛପୀ ରାତିଅଧିଆ କାମ ଏହାକୁ ଦେଖି ଗ୍ରାମର କିଛି ଲୋକେ ପ୍ରତିବାଦ କରିଥିଲେ । ଏହି ପ୍ରତିବାଦ ସେମାନଙ୍କ ପାଇଁ କାଳ ସାଜିଥିଲା, କାହିଁକି ରାତି ଅଧିଆ କାମ ହେଉଛି ବୋଲି ପଚାରିବାରୁ ଉତ୍କ୍ଷିପ୍ତ ହୋଇ ଉଠିଥିଲେ ସ୍କୁଲ ଚେୟାରମ୍ୟାନା ଫଳରେ ଭଡ଼ାଟିଆ ଗୁଣ୍ଡାଙ୍କୁ ଲଗାଇ ଠେଙ୍ଗାରେ ନିର୍ଦ୍ଧୁମ ପିଟିବା ସହ ଗାଁ ଲୋକଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍କୁଲ ଘର ଭିତରେ ପୁରାଇ ଘର ବାହାରୁ ତାଲା ପକାଇଦେଇଥିଲେ ।

Advertisement

ଗୁରୁତର ଗ୍ର।ମାବ।ସୀଙ୍କ ଜୀବନ ଯାଉ ଯାଉ ଠିକ୍ ସମୟରେ ଖବର ପାଇ ପହଞ୍ଚିଥିଲେ ତାଳଚୁଆ ମେରାଇନ ଥାନାର ଆଇ ଆଇ ସି ସସ୍ମିତା ସାହୁ ଶେଷରେ ଗ୍ରାମବାସୀଙ୍କୁ ଦୁର୍ବୃତ୍ତ ମାନଙ୍କ ଠାରୁ ରକ୍ଷା କରି ସେହି ବନ୍ଦ ହୋଇଥିବା ଘରୁ ତାଲା ଫିଟାଇ ସେମାନଙ୍କୁ ପ୍ରାଇଭେଟ୍ ଗାଡ଼ିରେ ରାଜନଗର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ହେଲେ ଗୁତୁତ୍ୱର ସ୍ବାସ୍ଥ୍ୟ ଅବସ୍ଥା ଦେଖି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ରେଫର କଲା । ହେଲେ ସମୃକ୍ତ ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ କିନ୍ତୁ ମରଣ ସହ ସଙ୍ଘର୍ଷ କରୁଛନ୍ତି ପ୍ରତିବାଦ କରିଥିବା ଗ୍ରାମର ଗଦାଧର ଓ ଅନ୍ୟ ସାଥି ମାନେ । ଏଭଳି ଏକ ଘଟଣା ରାଜନଗର ବ୍ଲକ କେରୁଆପାଳ ପଞ୍ଚାୟତ ଅନନ୍ତ କେଶରୀ ଗ୍ରାମରେ ଘଟିଛି । ଏ ନେଇ ଦୁର୍ବୃତ୍ତ ମାନଙ୍କ ନାମରେ ତାଳଚୁଆ ମେରାଇନ ଥାନାରେ କେସ ରୁଜୁ ହୋଇଛି । ତେବେ ଦେଖିବା ବାକି ରହିଲା ତାଳଚୁଆ ମେରାଇନ ଥାନା ପୋଲିସ ଦୁର୍ବୃତ୍ତ ମାନଙ୍କ ବିରୁଦ୍ଧରେ କି ପଦକ୍ଷପ ନେଉଛ ।

Leave a Reply

Your email address will not be published. Required fields are marked *