ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ପୋକରା ଭାତ, ତାତିଲେ ଅବିଭାବକ….
1 min readଭଦ୍ରକ ; ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠରା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଡିଲୋ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଅତି ନିମ୍ନ ମାନର । ଯାହାକି ଅବିଭାବକଙ୍କ ଅଭିଯୋଗ ହୋଇଛି । ଏହି ଚାଉଳ ପୋକରା ଓ ନଷ୍ଟ ହୋଇ ଯାଇଥିବା ଖରାପ ଚାଉଳ ରେ ଖାଦ୍ୟ ତଥା ଭାତ ରନ୍ଧାଯାଉଥିବା ଗତକାଲି ଅବିଭାବକ ମାନେ ଜାଣିବାକୁ ପାଇଥିଲେ । ପରେ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇବା ପରେ ସେ ଖାଦ୍ୟ କୁ ଫୋପାଡ଼ି ଆଉ ଥରେ ଭଲ ଚାଉଳରେ ରୋଷେଇ କରାଯାଇଥିଲା ।
ଏନେଇ ଆଜି ଅଭିଭାବକ ମାନେ ଆମ ପ୍ରତିନିଧି ଙ୍କୁ ସାଙ୍ଗରେ ନେଇ ଉକ୍ତ ସ୍କୁଲ ପରିଦର୍ଶନ କରିଥିଲେ । ଆଜି ଅବିଭାବକ ମାନେ ସ୍କୁଲରେ ପହଞ୍ଚି ପ୍ରଧାନଶିକ୍ଷକ ଙ୍କ ଉପସ୍ଥିତିରେ ଚାଉଳ ଯାଂଚ କରି ଦେଖିବାକୁ ପାଇଥିଲେ ଯେଉଁ ଚାଉଳ ସାତ ବସ୍ତା ଅଛି ତାହା ଅତି ନିମ୍ନ ମାନର ଚାଉଳ ସବୁ ବିଣ୍ଡା ବିଣ୍ଡା ହୋଇ ବସ୍ତା ଭିତରେ ଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍କୁଲ ରେ ଭିତରେ ପ୍ରଧାନଶିକ୍ଷକଙ୍କ ଉପରେ ସମ୍ପୁର୍ଣ୍ଣ ଦୋଷାରୋପ କରିଛନ୍ତି ଅବିଭାବକ।