Pratidin TV

Odisha's Digital News Platform

ପଚା ଅଣ୍ଡା ପାଇଁ ସ୍କୁଲରେ ଝୁଲିଲା ତାଲା , ତାତିଲେ ଅବିଭାବକ….

1 min read

ବାଲେଶ୍ୱର ; ମଧ୍ୟାହ୍ନ ଭୋଜନ ଅନିୟମିତତା ଅଭିଯୋଗରେ ଗ୍ରାମବାସୀ ଗେଟରେ ତାଲା ପକାଇ ଧାରଣା ଦେଲେ ।ଵାଲେଶ୍ଵର ଜିଲ୍ଲା , ରେମୁଣା ବ୍ଲକ ଶ୍ରୀଜଙ୍ଗ ପଞ୍ଚାୟତ ଦାସ ମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଲା ଝୁଲିଲା । ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା, ପଣିଆ ସୋଇଆବିନ ଝୋଳ ସ୍କୁଲରେ ଛାତ୍ରଛ।ତ୍ରୀଙ୍କୁ ଦେଉଥିବା ବେଳେ ଅଭିଭାବକମାନେ ମିଳିତ ହୋଇ ରନ୍ଧା ଖାଦ୍ୟ ଛାତ୍ରଛାତ୍ରୀଙ୍କୁ ଦେବା ବନ୍ଦ କଲେ ।

ବାସନ୍ତୀ ଏସଏଚ ଗ୍ରୁପ ଧରି ସ୍କୁଲରେ ରନ୍ଧା ଖାଦ୍ୟ ପ୍ରଦାନ କରୁଥିଲେ । ସ୍କୁଲରେ ପ୍ରଥମରୁ ଅଷ୍ଟମ ୩ଶହ ୧୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଦୁଇ ବର୍ଷ ଧରି ଉକ୍ତ ଗ୍ରୁପ ପିଲା ମାନଙ୍କୁ ଏମିତି ଭାବେ ଖାଦ୍ୟ ଦେଇ ଆସୁଥିବାବେଳେ,ଏଥି ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

Advertisement

Leave a Reply

Your email address will not be published. Required fields are marked *