Pratidin TV

Odisha's Digital News Platform

ଅସହ୍ୟ ଥଣ୍ଡା: ଏହି ସବୁ ସ୍ଥାନରେ ବନ୍ଦ ହେଲା ସ୍କୁଲ ..

1 min read

ନୂଆଦିଲ୍ଲୀ : ଦେଶବାସୀଙ୍କୁ ଥଣ୍ଡାର ପ୍ରକୋପରୁ ମିଳୁନି ନିସ୍ତାର । ଅସହ୍ୟ ଥଣ୍ଡାରେ ବିଚଳିତ ହୋଇପଡିଛି ଜନଜୀବନ । ଘରୁ ବାହାରିବା ଲୋକମାନଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । ଦେଶରେ ଥଣ୍ଡାର ଏଭଳି ପ୍ରକୋପ ଦେଖି ସରକାରଙ୍କ ତରଫରୁ ବିଭିନ୍ନ ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିଭଳି ଆଉ କିଛି ସ୍ଥାନରେ ସ୍କୁଲର ସମୟକୁ ମଧ୍ୟ ପରିବର୍ତ୍ତନ କରିଦିଆଯାଇଛି ।

ତେବେ ଚାଲନ୍ତୁ ଜାଣିବା କେଉଁ ସ୍ଥାନରେ ହୋଇଛି ପରିବର୍ତ୍ତନ :
ନୂଆଦିଲ୍ଲୀ
: ଜାନୁଆରୀ ୧ ରୁ ୧୫ ଯାଏ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ଘୋଷଣା କଲେ ଦିଲ୍ଲୀ ସରକାର । ନୂୂଆବର୍ଷର ଆରମ୍ଭରୁ ଦିଲ୍ଲୀରେ ହାଡଭଙ୍ଗା ଶୀତ ପ୍ରକୋପ ଦେକାଦେଇଛି । ଲୋକମାନଙ୍କର ଘରୁ ବାହରିବା କଷ୍ଟକର ହୋଇପଡିଛି । ଏହା ସହ ସକାଳୁ ସକାଳୁ ଘନକୁହୁଡିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ।

ମଧ୍ୟପ୍ରଦେଶ : ସେହିଭଳି ମଦ୍ୟପ୍ରଦେଶରେ ମଧ୍ୟ ଅସହ୍ୟ ଶୀତ ଲୋକମାନଙ୍କ ଦନ ଜୀବନ ସହ ପିଲାଙ୍କ ପାଠପଢାରେ ମଧ୍ୟ ବାଧା ସୃଷ୍ଟି କରିଛି । ଏଠାରେ ଜାନୁଆରୀ ୧୦ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି । ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାର ନାଓଁଗାଁରେ ତାପମାତ୍ରା ୦.୨ ଡିଗ୍ରୀ ରହିଛି ।ବିଭିନ୍ନ ସ୍ଥାନରେ ଯଥା- ଭୋପାଳ, ଇନ୍ଦୋର, ଭିଦିଶା, ଉଜ୍ଜୈନରେ ଥିବା ସ୍କୁଲ୍ ସବୁ ୮ମ ଶ୍ରେଣୀ ଯାଏ ବନ୍ଦ ରହିଛି।

ଲକ୍ଷ୍ନୌ : ତେବେ ଏଠାରେ ସ୍କୁଲ ପିଲାଙ୍‌କୁ ଛୁଟି ଦିଆଯାଇନାହିଁ । ବରଂ ସେମାନଙ୍କର ସ୍କୁଲ ସମୟକୁ ପରିବର୍ତ୍ତନ କରାଯାଇଛି । ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସକାଳ ୧୦ ଟାରୁ ମଧ୍ୟହ୍ନ ୨ ଟା ଯାଏ ସ୍କୁଲରେ ରହିବେ ।
ଝାଡଖଣ୍ଡ : ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଯୋଗୁ ଝାଡ଼ଖଣ୍ଡ ସରକାର ଘରୋଇ ଓ ସରକାରୀ ସ୍କୁଲ୍ ସବୁ ଛୁଟି ଘୋଷଣା କରିଛନ୍ତି। ଜାନୁଆରୀ ୧୫ ଯାଏ କେଜି ଠୁ ୫ମ ଶ୍ରେଣୀ ଯାଏ ସ୍କୁଲ୍ ବନ୍ଦ ରହିବ। ଏନେଇ ଝାଡ଼ଖଣ୍ଡ ସରକାର ରବିବାର ନୋଟିସ୍ ଜାରି କରିଥିଲେ।

ପଞ୍ଜାବ : ସେହିଭଳି ଜାନୁଆରୀ ୨୧ ପର୍ଯ୍ୟନ୍ତ ପଞ୍ଜାବର ସମସ୍ତ ସ୍କୁଲ ସକାଳ ୧୦ ରୁ ଆରମ୍ଭ ହେବ । ଏନେଂ ପଞ୍ଜବ ମୁଖ୍ୟମନ୍ତ୍ରୀ ସୂଚାନ ଦେଇଚନ୍ତି ।

ନୋଏଡା– ନୋଏଡା ଓ ଗ୍ରେଟର ନୋଏଡାରେ ଥିବା ସ୍କୁଲ ସବୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ବନ୍ଦ ରହିବ। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା କେବଳ ଖୋଲା ରହିବ ।ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ଅନୁସାରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ୯ମ ଶ୍ରେଣୀ ପାଇଁ ସ୍କୁଲ୍ ସମୟ ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର‌୍ୟ୍ୟନ୍ତ ରଖାଯାଇଛି।

Leave a Reply

Your email address will not be published. Required fields are marked *