Pratidin TV

Odisha's Digital News Platform

ପୁଣି ୨ ଦିନ ବନ୍ଦ ହେଲା ସ୍କୁଲ

1 min read

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ବନ୍ୟା ଦେଖାଦେଇଛି । ଏହି ବନ୍ୟା ରାଜ୍ୟର ବହୁତଗୁଡିକ ଜିଲ୍ଲା ଉପରେ ନିଜର ପ୍ରଳୟଙ୍କାରୀ ରୂପ ଦେଖାଇଛି । କେତେକସ୍ଥାନରେ ରାସ୍ତା ବୁଡିଯାଇଛିତ,କେତେକ ଜାଗାରେ ପୋଲ ଭୁଷୁଡି ପଡିଛି ,ସେହିପରି ଆଉ କିଛି ସ୍ଥାନରେ ଘର ଚାଳ ଉପରେ ଚାଲୁଛି ପାଣି । ନାହିଁ ନଥିବା ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି ଲୋକେ । ଏହିଭଳି ଦାରୂଣୀୟ ପରିସ୍ଥିତି ଦେଖାଦେଇଛି ପୁରୀ ଜିଲ୍ଲାରେ ।

ଅନେକ ଗ୍ରାମ ଏବେବି ସେଠାରେ ପାଣି ଘେରରେ ଅଛନ୍ତି । ଏହାର ପ୍ରଭାବ କେବଳ ଧନଜୀବନ ଉପରେ ପ୍ରଭାବ ପକାଇନାହିଂ ବରଂ ଏହା ବହୁଗୁଣାରେ ପ୍ରଭାବିତ କରିଛି ଶିକ୍ଷା ବ୍ୟବସ୍ଥାକୁ । ପାଣିଘେରରେ ଥିବା ଅଞ୍ଚଳଗୁଡିକର ସ୍କୁଲ ପୂର୍ବରୁ ୬ ଦିନ ଧରି ବନ୍ଦ ଥିବାବେଳେ , ଆଗକୁ ଆହୁରି ୨ ଦିନ ଛୁଟି ରହିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସ।

Advertisement


ଆସନ୍ତା ସୋମବାର ଓ ମଙ୍ଗଳବାର ୨ ଦିନ ଧରି ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକରେ ସ୍କୁଲ ଗୁଡିକ ବନ୍ଦ ରହିବ । ଏହା ସହ ସେ କହିଛନ୍ତି ଯେ ଅନ୍ୟ ଯେଉଁ ଜିଲ୍ଲା ଗୁଡିକ ବନ୍ୟା ପ୍ରଭାବିତ ହୋଇଛି ସେହି ଜିଲ୍ଲାରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ଗ୍ରହଣ କରିବେ । ଆଗକୁ ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟରେ ରଖି ସ୍କୁଲ ଗୁଡିକ ଖୋଲାଯିବ ।

Leave a Reply

Your email address will not be published. Required fields are marked *