Pratidin TV

Odisha's Digital News Platform

ଓଡିଶାରେ ବର୍ଷା ସ୍ଥିତି ଅସମ୍ଭାଳ , ଏହି ୩ ଜିଲ୍ଲାରେ ବନ୍ଦ ହେଲା ସବୁ ସ୍କୁଲ ଓ ଅଙ୍ଗନବାଡି …

1 min read

ଓଡିଶାକୁ ଧେ।ଇଲାଣି ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଅନେକ ଜିଲ୍ଲାରେ ବର୍ଷା ବିପତ୍ତି ଦେଖାଦେଇଛି । କେଉଁଠି ପୋଲ ଉଡରେ ଡାଣି ଚାଲିଚାଳିତ ପୁଣି କେଉଁଠି ସୁରକ୍ଷା ବନ୍ଧ ଡେଇଁଲାଣି ସମୁଦ୍ର ଜୁଆର । ଏସବୁକୁ ଆଖି ଆଗରେ ରଖି ଆଜି ତିନି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଏହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, ଗଂଜାମ ଓ କୋରାପୁଟ। ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ଆଜି ଏହି ତିନି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଅନ୍ୟପଟେ ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି କରାଯିବା ପରେ କୋରାପୁଟ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।କିନ୍ତୁ ସ୍କୁଲରେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।

Advertisement

ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ମାଲକାନଗିରି ଜିଲ୍ଲାରେ ଜଳ ପ୍ରଳୟ ଦେଖିବାକୁ ମିଳିଛି। ଜିଲ୍ଲାର ପୋଟେରୁ ଅଞ୍ଚଳ ପୂରା ଜଳାର୍ଣ୍ଣବ ହୋଇଯାଇଛି। ଏଠାରେ ୨୦୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ପୋଟେରୁ ନଦୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ପୋଟେରୁ ବ୍ରିଜ୍ ଉପରେ ୧୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି।

Leave a Reply

Your email address will not be published. Required fields are marked *