ପୁଣି ୨ ଦିନ ଯାଏଁ ବନ୍ଦ ହେଲା ସ୍କୁଲ
1 min readପୁରୀ : ରାଜ୍ୟରେ ବନ୍ୟା ପରିସ୍ଥିତି ଧନ ଜୀବନ ସହ ପ୍ରଭାବ ପକାଇଛି ଶିକ୍ଷା ବ୍ୟବସ୍ଥା ଉପରେ । ତେବେ ବନ୍ୟା ପ୍ରଭାବିତ ପୁରୀ ଜିଲ୍ଲାର ୧୧ ଟି ବ୍ଲକରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଗୁଡିକର ବନ୍ଦ ପାଇଁ ଘୋଷଣା କରାଯାଇଛି । ଆଗକୁ ଆଉ ୨ ଦିନ ସ୍କୁଲ ବନ୍ଦ ରଖାଯିବା ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଘୋଷଣା କରିଛନ୍ତି । ଜିଲ୍ଲା ପାଳଙ୍କ ସହ ଆଲୋଚନା ପରେ ଏହି ଛୁଟି ଘୋଷଣା କରିଛନ୍ତି ସେ ।
ତେବେ ଏହା ପୂର୍ବରୁ ମଧ୍ୟ ୨ ଦିନ ପାଇଁ ସ୍କୁଲ ବନ୍ଦ ରଖାଯାଇଥିଲା । ସୂଚନା ଅନୁଯାୟୀ ଗତକାଲି ୧୯ ରେ ଆଉ ଏକ ଲଘୁଚାପ କାରଣରୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ବାବନା ରହିଛି । ଏହା ଫଳରେ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଆହୁରି ବିଗିଡିବା ନେଇ ଶିକ୍ଷା ମନ୍ତ୍ରୀ ଏପରି ପଦକ୍ଷେପ ନେଇଛନ୍ତି ବୋଲି ସୂଚନା ଦେଇଥିଲେ ।