ବିଦ୍ୟାଳୟରେ ପଶିଲା ବନ୍ୟାଜଳ : ଅନିର୍ଦ୍ଦିଷ୍ଟ କାଳ ଯାଏ ବାତିଲ ହେଲା ପରୀକ୍ଷା
1 min readଭୁବନେଶ୍ୱର : ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାରୁ ବିଭିନ୍ନ ନଦୀଗୁଡିକରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । କେନ୍ଦ୍ରାପଡା,ଜଗତସିଂହପୁର,ଯାଜପୁର ,ଭଦ୍ରକ ଇତ୍ୟାଦି ଜିଲ୍ଲାଗୁଡିକରେ ନଦୀର ଜଳ ବିପଦ ସଂକେତ ଉପରେ ଚାଲିବା ଫଳରେ ତଳିଆ ଅଞ୍ଚଳଗୁଡିକରେ ପଶିଯାଇଛି ବନ୍ୟାପାଣି । ସେହିପରି ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।ଫଳରେ ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳରେ ବନ୍ୟା ପାଣି ପଶିବା ସହ ସହରାଞ୍ଚଳରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।
ତେବେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କାସିମପୁରରର ହେମେନ୍ଦ୍ରନାଥ ହାଇସ୍କୁଲରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ସ୍କୁଲରେ ଫରମେଟିଭ୍ ଆସେସମେଣ୍ଟ ପରୀକ୍ଷା ଚାଲୁଥିଲା । ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଥିବା ସମୟରେ ,ହଠାତ୍ ବନ୍ୟାଜଳ ପସିଆସିଥିଲା ଶ୍ରେଣୀଗୃହ ମଧ୍ୟକୁ ।ଏହାପରେ ଶିକ୍ଷକମାନେତ୍ତତତ୍କ୍ଷଣାତ୍ ପିଲାମାନଙ୍କୁ ସୁରକ୍ଷିତ ସ୍କୁଲ ଭିତରୁ ବାହର କରିଆଣିଥିଲେ । ତେବେ ଶ୍ରେଣୀଗୃହ ମଧ୍ୟରେ ବନ୍ୟାପାଣି ପଶିଯାଇଥିବାରୁ ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକ୍ତ ପରୀକ୍ଷାଟିକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ସ୍ଥଗିତ ରଖିଛନ୍ତି ।