Pratidin TV

Odisha's Digital News Platform

ପ୍ରଶାସନ କାର୍ଯ୍ୟାଅବହେଳାର ନଗ୍ନ ଦୃଶ୍ୟ : ୧୨ ବର୍ଷ ହେବ ଘର ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

1 min read

କନ୍ଧମାଳ : ନିକଟରେ ସରକାରଙ୍କ ଏକ କାର୍ଯ୍ୟଅବହେଳିତ ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ଦେଖି ଆପଣମାନେ ମଧ୍ୟ ଭାବିବେ ଯେ ଗୋଟେ ପଟେ ସରକାର ରାଜ୍ୟର ଉନ୍ନତି ପାଇଁ ପ୍ରଚାର କରୁଥିବା ବେଳେ , ଅନ୍ୟପଟେ ଦୀର୍ଘ ୧୨ ବର୍ଷ ହେବ ଅବହେଳିତଭାବେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି ଏକ ଅଞ୍ଚଳର ପିଲାମାନେ । ସୂଚନା ଅନୁ୍‌ଯାୟୀ ଘଟଣାଟି କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ସଲାଗୁଡା ପଞ୍ଚାୟତର ସିଲିକିସୁଗା ସରକାରୀ ବିଦ୍ୟାଳୟର । ସେଠାରେ ଏପରି ଏକ ଅଭାବନୀୟ / ଅବହେଳିତ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣମାନେ କଳ୍ପନା କରିନଥିବେ ।

ସ୍ୱାଧୀନତାକୁ ୭୬ ବର୍ଷ ପୁରୁଥିଲେ ମଧ୍ୟ ଆଦିବାସୀ ଓ ପଛୁଆ ବର୍ଗର ବିକାଶ ଲାଗି ସରକାର କେତେ ଆଗଭର ତାହା ଏହି ସ୍କୁଲରେ ହିଁ ଦେଖିବାକୁ ମିଳିବ ।ସିଲିକିସୁଗା ଗ୍ରାମରେ ଏକ ବିଦ୍ୟାଳୟ ପାଇଁ ୧୨ ବର୍ଷ ପୂର୍ବରୁ ଘୋଷଣା କରିବା ସହ , କେଉଁ ଜାଗାରେ ବିଦ୍ୟାଳୟଟି ଗଢାଯିବ ସେନେଇ ତୁରନ୍ତ ମାପ ଦିଆହୋଇଯାଇଥିଲା । କିନ୍ତୁ ଆଜକୁ ୧୨ ବର୍ଷ ପୁରୁଥିଲେ ମଧ୍ୟ ସରକାରୀ ସ୍କୁଲ ନାରେ ନା ଦେଖିବାକୁ ମିଳିଛି ଘର ଖଣ୍ଡିଏ ନା ଶିକ୍ଷକ ନା ପ୍ରଶାସନ । ଏନେଇ ଉକ୍ତ ଗ୍ରାମର ସ୍କୁଲ ପରିଚାଳନା କମିଟିର ସଭାପତିଙ୍କ ଘର ବାରଣ୍ଡାରେ ଚାଲିଚି ସରକାର ବିଦ୍ୟାଳୟ ।

Advertisement

ଦୀର୍ଘ ୧୨ ବର୍ଷ ଧରି ସ୍କୁଲ ଘର ଖଣ୍ଡିଏ ନଥିବା ଯୋଗୁ ସଭାପତି ଜଣଙ୍କ ନିଜ ଘର ବାରଣ୍ଡାରେ ସ୍କୁଲ ଛୁଆମାନଙ୍କୁ ପାଠ ପଢାଉଛନ୍ତି । ତେବେ ଏଠ।।କୁ ପ୍ରାୟ ୧୬ ଜଣ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସୁଛନ୍ତି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠପଢା ଚାଲିଛି । ୨ ଜଣ ଶିକ୍ଷକଙ୍କୁ ମଦ୍ୟ ଉକ୍ତ ସ୍କୁଲ ନାରେ ନିଯୁକ୍ତି ଦିଆଯାଇଚି କିନ୍ତୁ ସ୍କୁଲ ଘର ଖଣ୍ଡିଏ ନଥିବା ଯୋଗୁ କାହରି ଦେଖାନାହିଁ କହିଲେ ଚଳେ । ବର୍ଷା ଦିନର ଲଗାଣ ବର୍ଷା ଓ ଶୀତ ଦିନର ହାଡ ଥରା ଶୀତ ଯୋଗୁ ଘର ବାରଣ୍ଡାରେ ପଢିବା ଅସମ୍ଭବ ହୋଇପଡିଥାଏ । ସେହି ସମୟରେ ପିଲାମାଙ୍କ ପାଠପଢାକୁ ବନ୍ଧ ରଖିଥାନ୍ତି ବୋଲି ସଭାପତି କହିଛନ୍ତି ।

Leave a Reply

Your email address will not be published. Required fields are marked *