Pratidin TV

Odisha's Digital News Platform

ଶକ୍ତି ମିଳିବ କହି ସାଙ୍ଗକୁ ଗ୍ଲୁକୋଜ୍ ସହ କନିଅର ଫଳ ଖୁଆଇଲେ ସାଙ୍ଗ..

1 min read

ନୂଆପଡା : ବିଶ୍ୱାସରେ ବିଷ ଦେଲା ସାଙ୍ଗ । କୁହନ୍ତି ଆମେ ମଣିଷ ଜନ୍ମରୁ ହିଁ ସବୁ ସର୍ମ୍ପକକୁ ସାଙ୍ଗରେ ନେଇ ଆସିଥାଉ । ଯାହା ପାଖରୁ ଜନ୍ମ ହେଉ ବାପ.ମାଁ , ଭାଇ,ଭଉଣୀ ,ପଉସୀ,ଦାଦା,ମାମୁଁ,ମାଇଁ ଇତ୍ୟାଦି । କିନ୍ତୁ ବନ୍ଧୁତ୍ୱ ଗୋଟେ ଏପରି ସର୍ମ୍ପକ ଯାହାକୁ ଆମେ ନିଜେ ଗଢିଥାଉ ବା ବାଛିଥାଉ । ବିଶ୍ୱାସରେ ଚାଲିଥାଏ ଏହି ସର୍ମ୍ପକ । କିନ୍ତୁ ଏହି ବିଶ୍ୱାସ ଭରା ସର୍ମ୍ପକରେ ବିଷ ଭରିଦେଇଛି ନିଜେ ସାଙ୍ଗ । ତୁ ଆଗେ ଖା ତାପରେ ଆମେ ଖାଇବୁ କହି ସାଙ୍ଗକୁ ବିଷ ଫଳ ଖୋଇଦେଇଛି ସାଙ୍ଗ ।

ସୂଚନାଯୋଗ୍ୟ ଯେ ନୂଆପଡା ଜିଲ୍ଲା ମନା ଥାନା ଅନ୍ତର୍ଗତ ବୁଦ୍ଧିକୋମନା ପଞ୍ଚାୟତ ସରକାରୀ ହାଇସ୍କୁଲରେ ଏହି ଅଭାବନୀୟ ଘଟଣା ଘଟିଛି। ଗତ ଶନିବାର ଦିନ ଉକ୍ତ ବିଦ୍ୟାଳୟରେ ମଧ୍ୟହ୍ନ୍ନଭୋଜନ ସମୟରେ ସେହି ସ୍କୁଲର ଅଷ୍ଟମଶ୍ରେଣୀର ଛାତ୍ର ଅଭୟ କୁମାର ବାଗଙ୍କୁ ତାଙ୍କର କିଛି ସାଙ୍ଗ ଗ୍ଲୁକୋନଡି ସହ କନିଅର ଫଳ ଏବଂ କଳା ଦୁର୍ଦୁରା ଫୁଲ ଖୁଆଇ ଦେଇଥିଲେ । ଗ୍ଲୁକୋନଡି ସହ ଏହାକୁ ଖାଇଲେ ଶକ୍ତି ମିଳିବ । ତୁ ଶକ୍ତିମାନ ଭଳି ହୋଇଯିବୁ ବୋଲି କହିଥିଲେ ଅଭୟଙ୍କ ସାଙ୍ଗ । ଏହା ସହ ତାଙ୍କୁ ବାଧ୍ୟ ମଧ୍ୟ କରିଥିଲେ । ତୁ ଖାଇସାରିବା ପରେ ଆମେ ବି ସବୁ ଖାଇବୁ କହି ଅଭୟଙ୍କୁ ବିଷଫଳ ଫୁଲ ଗ୍ଲୁକୋନଡି ସହ ଖୁଆଇଦେଇଥିଲେ ସାଙ୍ଗମାନେ । ଏହାକୁ ଖାଇବାର କିଛି ସମୟ ପରେ ତାଙ୍କ ମୁଣ୍ଡ ଘୂରାଇଥିଲା। ଛାତ୍ରମାନେ ତାଙ୍କୁ ଆଣି ଗାଁରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଇ ଘରେ ଛାଡ଼ି ପଳାଇଥିଲେ।

Advertisement

କିନ୍ତୁ ଅଭୟ ଘରେ ପହଞ୍ଚିବା ପରେ ମଧ୍ୟ ତାଙ୍କ ମୁଣ୍ଡ ବାରମ୍ବାର ଘୂରାଇଥିଲା । ସେ ବିଛଣାରେ ପଡିରହିଥିଲେ ମୁଣ୍ଡ ମଧ୍ୟ ଟେକିପାରୁନଥିଲେ ।ଏହାଦେଖି ଘରଲୋକେ ତାଙ୍କୁ ନୂଆପଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତରତାଙ୍କୁ ପଚାରିବାରୁ ଅଭୟ କନିଅର ଫଳ ଏବଂ କଳା ଦୁର୍ଦୁରା ଫୁଲ ଖାଇଛନ୍ତି ବୋଲି କହିଥିଲେ । ତେବେ ସ୍କୁଲ ପରିସର ଭିତରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ଏଭଳି ଅଭାବନୀୟ ଘଟନା ନିନ୍ଦନୀୟ ।
ଗତକାଲି ଅଭୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଅଭୟଙ୍କ ବାପା ଏନେଇ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରିଛନ୍ତି । ଏସବୁ ଶୁଣିସାରିବା ପରେ ପ୍ରଧାନଶିକ୍ଷକ ସପୃକ୍ତ ଘଟଣାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *