Pratidin TV

Odisha's Digital News Platform

ଆଖି ବୁଜିଲେ ଓଡିଆ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫୁଲ କୁମାର ଜେନା

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ବୈଜ୍ଞାନିକ ତଥା ପଦ୍ମଶ୍ରୀ ପ୍ରାପ୍ତକର୍ତ୍ତା ପ୍ରଫୁଲ କୁମାର ଜେନା । ଆଜି ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ପରମ ମିତ୍ର ଥିଲେ ପ୍ରଫୁଲ୍ଲ କୁମାର ଜେନା। ସେହିଭଳି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିଜ୍ଞାନ ପରାମର୍ଶଦାତା ଥିଲେ। ପ୍ରଥମ ଓଡ଼ିଆ ଭାବେ ଭାରତ ସରକାରଙ୍କ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ଥିଲେ। ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ସାଇନସ ପାର୍କ ଓ ପଠାଣି ସାମନ୍ତ ପ୍ଲାନେଟୋରିୟମ ପ୍ରତିଷ୍ଠାରେ ସେ ଅଗ୍ରଣୀ ଭୂମିକା ନେଇଥିଲେ।

ମହାନ ବୈଜ୍ଞାନିକ ପ୍ରଫୁଲ କୁମାର ଜେନାଙ୍କ ଦେହାନ୍ତରେ ସମବେଦନା ଜଣାଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ କୁମାର ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *