Pratidin TV

Odisha's Digital News Platform

ପଥରରେ ପିଟି ହୋଇ ୨୦୦ ମିଟର ତଳକୁ ଖସିଲା ସ୍କୁଟି ,୩ ମୃତ ….

1 min read

କୋରାପୁଟ୍ ; ସ୍କୁଟି ଦୁର୍ଘଟଣାରେ ତିନି ଯୁବକଙ୍କ ମୃତ୍ୟୁ । ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସ୍କୁଟି ଦୁର୍ଘଟଣା ରେ ତିନିଜଣଙ୍କ ମୃତ୍ୟୁ । ଏପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଲଙ୍ଗଲବେଡା ପଂଚାୟତ ର କସମ ଘାଟିରେ । ସ୍କୁଟିରେ ଫେରୁଥିଲେ ଗୋଟିଏ ପରିବାର ର ତିନିଜଣ ,ଭାରସାମ୍ୟ ହରେଇ ଏକ ବିରାଟ ପଥରରେ ବାଡ଼େଇ ହେଇ ଛିଟିକି ପଡି ତୁଇଶହ ମିଟର ତଳକୁ ଖସିପଡିଥିଲେ ୩ ଯୁବକ ।

ଘଟଣା ସ୍ଥଳରେ ହିଁ ଚାଲିଯାଇଥିଲା ତିନି ଜଣ ଯୁବକ ଙ୍କ ଜୀବନ । ମୃତ ଯୁବକ ହେଲେ ଆନ୍ଧ୍ର ପ୍ରଦେଶର ପାର୍ବତିପୁର ମାନ୍ୟମ ଜିଲ୍ଲା ଅନ୍ତର୍ଗତ ମକୁଆ ମଣ୍ଡଳର ଆନସୁଭଦ୍ରାଗ୍ରାମର ଜୟ ରାଜୁ (୧୯)ମାରି ଶିବା(୨୦)ମାଲିକା ବାଲରାଜୁ (୨୧)। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଟି ଟି ଚୁରମାର ହୋଇଯାଇଥିଲା ।

Advertisement

ଖବର ପାଇ ସ୍ଥାନୀୟ ପୋଲିସ ଆମ୍ବୁଲାନ୍ସ ନେଇ ଘଟଣା ସ୍ଥଳରେ ପହଂଚି ଥିଲେ । ଉଦ୍ଧାର କାମ ଦୀର୍ଘ ଏକ ଘଣ୍ଟା ସମୟ ଲାଗିଥିଲା । ରାତି ସାଢ଼େ ସାତଟା ବେଳକୁ ତିନି ମୃତଦେହ କୁ ଆମ୍ବୁଲାନ୍ସ ରେ ଆଣି ଶବବ୍ୟବଛେଦ ଗୃହରେ ରଖାଯାଇଛି । ଅନ୍ୟପଟେ ଖବର ପାଇ ପରିବାର ଲୋକେ ପହଂଚି ଛନ୍ତି ଘଟଣା ସ୍ଥଳରେ । ରାତି ହୋଇଥିବାରୁ ଶବ ବ୍ୟବଚ୍ଛେଦ ଆସନ୍ତା କାଲି କରାଯିବ ବୋଲି ସୁଚନା ମିଳିଛି । ଏପରି ଦୁଃଖଦ ଘଟଣା ପାଇଁ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *