Pratidin TV

Odisha's Digital News Platform

ସାବଧାନ ମାତିଛନ୍ତି ଲୁଟେରା ଘର ବରଣ୍ଡାରୁ ନେଇଗଲେ ସ୍କୁଟି , ସିସିଟିଭିରେ କଏଦ୍ ହେଲା ଦୃଶ୍ୟ

ବଲାଙ୍ଗୀର : ଜିଲ୍ଲାରେ ମାତିଛନ୍ତି ଚୋର । ପ୍ରତିଦିନ ଆସୁଛି ଶହ ଶହ ଚୋରି ଅଭିଯୋଗ । ସକାଳ ଭୋର ୫ ଟାରେ କଂସାରୀପଡା ମହମ୍ମଦ ସୋନୁଙ୍କ ଘର ବାରଣ୍ଡାରୁ ସ୍କୁଟି ଚୋରି କରି ଫେରାର ହୋଇଛି ଚୋର । ସିସିଟିଭିରେ କଏଦୀ ହୋଇଛି ଚୋରର ଚେହେରା ଓ ଚୋରିର ଦୃଶ୍ୟ ।

ସକାଳ ଭୋରରୁ ସୋନୁଙ୍କ ବାପା ମହମ୍ମଦ ଇକବାଲ ଘର ଭିତରୁ ବାଇକ ଓ ସ୍କୁଟିକୁ ବାହାର କରି ବାରଣ୍ଡାରେ ରଖିଥିଲେ । ତାପରେ ବାଇକ ଧରି ନମାଜ ପଢିବାକୁ ସହର ଭିତରକୁ ଗଲେ । ଏହି ସମୟରେ ଦୁଇଜଣ ବ୍ୟକ୍ତି ଆସିଥିଲେ । ଜଣେ ବାହାରେ ପହରା ଦେଉଥିବା ବେଳେ ଜଣେ ଭିତରକୁ ପଶିଥିଲା । ଟିକିଏ ପରେ ସ୍କୁଟିକୁ ବାହାରକୁ ଆଣିଥିଲା , ଦୁଇଜଣ ସ୍କୁଟିରେ ବସି ଫେରାର ମାରିଥିଲେ ।

ଚୋରଙ୍କ ଏଭଳି କାରନାମା ରେକର୍ଡ ହୋଇଥିଲା ସିସି ଟିଭି କ୍ୟାମେରାରେ । ଏନେଇ ମହମ୍ମଦ ସୋନୁ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଜାରୀ ରଖିଛି ।

Leave a Reply

Your email address will not be published. Required fields are marked *