ଦ୍ରୁତଗତିରେ ଆସୁଥିବା ସ୍କୋର୍ପିଓ ଦେଲା ଦୁଇ ବାଇକ ଓ ଅଟୋକୁ ଧକ୍କା; ସିସିଟିଭିରେ କଏଦ ହେଲା ଦୁର୍ଘଟଣା।
1 min readନୂଆଦିଲ୍ଲୀ: ଓଡ଼ିଶାରେ ପୁଣି ଏକ ନୂଆ ଦୁର୍ଘଟଣା ସାମ୍ନାକୁ ଆସିଛି। ଓଡ଼ିଶାରେ ଦ୍ରୁତ ଗତିରେ ଅନିୟନ୍ତ୍ରଣ ଏସୟୁଭିଦୁଇ ଜଣ ବାଇକ ଚାଳକଙ୍କୁ ସାମ୍ନାରୁ ଓ ଗୋଟେ ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା। ଏହା ସହ ସେ ଗୋଟେ ଟ୍ରାକଟରକୁ ମଧ୍ୟ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି | ଏହି ଦୁର୍ଘଟଣା ସମୟର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି।
ବିଡ଼ିଓରୁ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଗୋଟେ ସ୍କୋର୍ପିଓ ସିଙ୍ଗଲ ରାସ୍ତାରେ ବହୁତ ତୀବ୍ର ଗତିରେ ଆସୁଛି। ଯେତେବେଳେ ସେ ସ୍କୋର୍ପିଓ ଅଟୋକୁ ଅତିକ୍ରମ କରି ଆଗକୁ ଯିବାକୁ ଚେଷ୍ଟା କରୁଛି , ସେହି ସମୟରେ ରସସତର ମଝିରେ ଆସୁଥିବା ଦୁଇଟି ବାଇକ ଚାଳକଙ୍କ ଠାରୁ ବଞ୍ଚିବା ପାଇଁ ଆଉ ବହୁତ କମ ରାସ୍ତା ବଞ୍ଚିଥିଲା। ସେଥିଯୋଗୁଁ ତା’ପରେ ଅନେକ ଗାଡି ମଧ୍ୟରେ ଧକ୍କା ହୋଇଯାଇଥିଲା।
ରିପୋର୍ଟରେ କୁହାଯାଇଛି ଯେ ଅଟୋରେ ୧୫ ଲୋକ ଯାତ୍ରା କରୁଥିଲେ। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଖାନାରେ ଚିକିତ୍ସାଧିନରେ ଥିବା ଅନ୍ୟ ଯାତ୍ରୀ ମଧ୍ୟରୁ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା।