Pratidin TV

Odisha's Digital News Platform

ପୁଅ ହେଲା ବୋର୍ଡ ପରୀକ୍ଷାରେ ଟପ୍ପର , କବାଡିଆ ବାପା ଲୁହା ବିକି ପୁଅ କୁ କିଣିଦେଲେ ଆଇଫୋନ ୧୬ ..

1 min read

ଦୁନିଆରେ ସବୁ ମିଛ ଗୋଟିଏ ସତ, ବାପା ମାଆ । ଏମାନଙ୍କ ଭଳି କେହି ହେବେନି । କବାଡିଆ ବାପା ଟପ୍ପର ପୁଅକୁ ମୋବାଇଲ କିଣିଦେବାକୁ ବୁଲି ବୁଲି  ଲୁହା ବିକ୍ରି କଲେ।    ୟା ଠୁ ବଡ଼ ଉଦାହରଣ କଣ ହେଇପାରେ?ଯିଏ ଖଟୁଛି , ଯିଏ ଦରିଦ୍ର ଅବସ୍ଥା ଭୋଗୁଛି ସିଏ ଜାଣିଛି ଏଇ ଜୀବନ ବଞ୍ଚିବା କେତେ କଷ୍ଟକର । ହେଲେ ବାପା ସବୁବେଳେ ପିଲାଙ୍କ ପାଇଁ କଣ ସ୍ୱପ୍ନ ଦେଖନ୍ତି ଜାଣିଛନ୍ତି ? ପିଲା ବଡହୋଇ ଏଭଳି ଅବସ୍ଥା ନଭୋଗୁ । ପ୍ରତ୍ୟେକ ବାପା ଚାହାଁନ୍ତି ପିଲା ଭଲ ପାଠ ପଢୁ ଭଲ ମଣିଷ ଟିଏ ହେଉ, ସଭ୍ୟ ସମାଜରେ ମୁଣ୍ଡଟେକି ଚାଲୁ । ଆଉ ଏସବୁ ପାଇଁ ଆବଶ୍ୟକ ଶିକ୍ଷା । ଅନେକ ମାତା ପିତା ପିଲାଙ୍କ ପାଠ ପାଇଁ ନିଜର ସବୁକିଛି ହରାଇ ଦେଇଛନ୍ତି। ଏପରି ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି  ।

ଘଟଣାଟି ଥିଲା ଏମିତି- ପୁଅ ବୋର୍ଡ ପରୀକ୍ଷା ଦେବା ପୂର୍ବରୁ । ବାପା କହିଥିଲେ, ପରୀକ୍ଷାରେ ଟପ୍ପର ହେଲେ ତାଙ୍କୁ ଆଇଫୋନ ୧୬ ଦେବେ । ଆଉ ପୁଅ ପ୍ରାଣପଣେ ଲାଗିପଡିଥିଲା । ଯେତେବେଳେ ପରୀକ୍ଷା ଫଳ ବାହାରିଲା ସେତେବେଳେ ଜାଣିଲେ  ପୁଅ ସାରା ରାଜ୍ୟରେ ହୋଇଥିଲା ପ୍ରଥମ । ଏତିକି ଶୁଣିବା ପରେ ବାପାଙ୍କ ପାଦ ତଳେ ଲାଗି ନ ଥିଲା । କାଳ ବିଳମ୍ବ ନ କରି ନିଜ ଦୋକାନରେ ଥିବା ସବୁ କିଛିକୁ ବିକି ପୁଅ ପାଇଁ ୧,୮୦,୦୦୦ ଟଙ୍କାର ଲ୍ୟାଟେଷ୍ଟ ମଡେଲର ଆଇ ଫୋନ କିଣି ଆଣିଥିଲେ ।

Advertisement

ଖାଲି ପୁଅ ପାଇଁ ନୁହେଁ, ନିଜ ପାଇଁ ମଧ୍ୟ ଏକ ୮୫ ହଜାରର ଆଇ ଫୋନ କିଣିବାକୁ ପଛେଇ ନଥିଲେ । ତେବେ ଏହି ବ୍ୟକ୍ତି କେଉଁ ସ୍ଥାନର ତାହା ତ ଜଣାନାହିଁ । ହେଲେ ଘର କା କଲେଶ ନାମକ ଏକ ଏକ୍ସ ଆକାଉଣ୍ଟରୁ ପ୍ରାଉଡ ଏହି ଭିଡିଓ ସେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *