Pratidin TV

Odisha's Digital News Platform

ରୋଗୀ ବେଶରେ ହଠାତ୍ ହସ୍ପିଟାଲରେ ପହଂଚିଲେ SDM ମ୍ୟାଡ଼ମ୍ , ଛାନିଆ ହୋଇଗଲେ ଡ଼ାକ୍ତର

1 min read

ସରକାରୀ ହସ୍ପିଟାଲରେ ସାଧାରଣ ରୋଗୀ ବେଶରେ ଆସିଲେ ଉପଜିଲ୍ଲପାଳ ମ୍ୟାଡାମ୍ । ଓଢଣୀରେ ନିଜ ମୁହଁ ଲୁଚାଇ ରୋଗୀଙ୍କ ସହ ଧାଢିରେ ଛିଡାହୋଇ ହସ୍ପିଟାଲ ଏବଂ ଡାକ୍ତର ଓ ଅନ୍ୟାନ କର୍ମଚାରୀମାନଙ୍କ ସ୍ଥିତି ପରଖିଲେ ।
ଡାକ୍ତର ରୋଗୀଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରୁ ନ ଥିବା ବେଳେ ଡାକ୍ତରଖାନାରେ ଅଧିକାଂଶ କର୍ମଚାରୀ ଉପସ୍ଥିତ ରହହୁ ନାହାନ୍ତି।

ବାରମ୍ବାର ଏପରି ଅଭିଯୋଗ ହେବା ପରେ ମୁଣ୍ଡରେ ଓଢ଼ଣୀ ଟାଣି ସ୍ଥିତି ପରଖିବାକୁ ପହଞ୍ଚିଲେ ଉପଜିଲ୍ଲାପାଳ।
ଘଟଣା ପଛର ପ୍ରକୃତ ସତ୍ୟାସତ୍ୟ ନିଜେ ଯାଞ୍ଚ କରିବା ପରେ ଡ୍ୟୁଟିରେ ଖିଲାପ କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କହିଛନ୍ତି ଏସଡିଏମ୍‌ ମ୍ୟାଡାମ୍ । ଆଜି ଉତ୍ତରପ୍ରଦେଶ ଫିରୋଜାବାଦରୁ ଆସିଛି ଏଭଳି ଦୃଶ୍ୟ ।

Advertisement

Leave a Reply

Your email address will not be published. Required fields are marked *