Pratidin TV

Odisha's Digital News Platform

ଦେବଦୁତ ସାଜି ୪୦ କାଉଡ଼ିଆଙ୍କ ଜୀବନ ବଞ୍ଚାଇଲେ ମୁସଲମାନ ଯୁବକ ..

 ଆରମ୍ଭ ହୋଇ ସାରିଛି ପବିତ୍ର ଶ୍ରାବଣ ମାସ । ଚଳଚଞ୍ଚଳ ହୋଇପଡ଼ିଛି  ଶୈବପୀଠ । ମାନସିକଧାରୀ କାଉଡିଆମାନେ ପାଣି ଉଠାଇ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଜଳାଭିଷେକ କରୁଛନ୍ତି । ଏହି ମାସ ଭଗବାନ ଶିବଙ୍କର ପ୍ରିୟମାସ ବୋଲି କୁହାଯାଏ । ଏହି ମାସରେ ଶିବଙ୍କ ଉଦ୍ଦେଶ୍ୟରେ ବ୍ରତ ରଖି ଜଳାଭିଷେକ କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ସେଥିପାଇଁ ମହାଦେବ ଙ୍କ ନିକଟରେ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଛି । ପ୍ରସିଦ୍ଧ ଶୈବ୍ୟାପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଛି ।  ପୋଲିସ୍‌ ସମେତ ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ଘାଟରେ ନିୟୋଜିତ ରହିଛନ୍ତି । ତେବେ ସେହି କାଉଡିଆଙ୍କ ଦେବଦୁତ ପାଲଟିଛନ୍ତି ଣେ ଏସ୍‌ଡିଆରଏଫ୍‌ ଯବାନ  ।

କାରଣ କାଉଡ଼ିଆମାନେ ଗଙ୍ଗାରେ ବୁଡ଼ ପକାଉଛନ୍ତି । ବର୍ଷା କାରଣରୁ ଗଙ୍ଗାରେ ସ୍ରୋତ ପ୍ରଖର ରହିଛି । ତେଣୁ କିଛି କାଉଡ଼ିଆ ବୁଡ଼ି ଯାଉଥିବା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏସ୍‌ଡିଆରଏଫ୍‌ ଯବାନ ସେମାନଙ୍କ ପାଇଁ ଦେବଦୁତ ସାଜିଛନ୍ତି।   ଏ ପର୍ଯ୍ୟନ୍ତ ୪୦ ଜଣଙ୍କ ଜୀବନ ବଞ୍ଚାଇଛନ୍ତି । ଏହି ଯବାନଙ୍କ ନାମ ଆଶିକ୍‌ ଅଲ୍ଲୀ । ଆଶିକ୍‌ ତାଙ୍କ ଦଳ ସହିତ ଏପର୍ଯ୍ୟନ୍ତ ୪୦ ଜଣ କାଉଡ଼ିଆଙ୍କ ଜୀବନ ରକ୍ଷା କରିଛନ୍ତି। ସେ ଡେରାଡୁନ ସାହସପୁରର ବାସିନ୍ଦା। ସେ ୨୦୧୨ ମସିହାରେ ଉତ୍ତରାଖଣ୍ଡ ପୋଲିସରେ ନିଯୁକ୍ତି ପାଇଥିଲେ। ୨୦୨୧ ମସିହାରେ ଏସ୍‌ଡିଆରଏଫ୍‌ରେ ହେଡ କନଷ୍ଟେବଳ ହୋଇଥିଲେ । ଏସ୍‌ଡିଆରଏଫ୍‌ରେ ଯୋଗଦେବା ପରଠାରୁ, ସେ ଲୋକଙ୍କୁ ବଞ୍ଚାଇବା ପାଇଁ କ୍ରମାଗତ ଭାବରେ ଆବଶ୍ୟକ ସ୍ଥାନକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *