Pratidin TV

Odisha's Digital News Platform

୪୫ କୋଟି ବର୍ଷ ଧରି ସମୁଦ୍ରରେ ଜୀବନ୍ତ ରହିଛି ଏହି ମାଛ, ପିଇଛି ଡାଇନୋସର ରକ୍ତ…

1 min read


ସାଧାରଣରତଃ ନଦୀ ପୋଖରୀ ବା ସମୁଦ୍ରରେ ଅନେକ ମାଛ ରହିଥିବା ଆମେ ଜାଣୁ । କିନ୍ତୁ ସମୁଦ୍ରରେ କେତେ ପ୍ରଜାତିର ମାଛି ରହିଛନ୍ତି ତାହା ସଠିକ ଭାବରେ ଆମେ ଜାଣି ନାହୁଁ । ସେମଧ୍ୟରୁ କିଛି ମାଛ ସାଧାରଣ ହୋଇଥିବା ବେଳେ ଆଉ କିଛି କ୍ଷତିକାରକ ମାଛ ରହିଛନ୍ତି । ଯିଏକି ବହୁତ ବିପଦପୂର୍ଣ୍ଣ ହୋଇଥାନ୍ତି । ଯେତେବେଳେ ସେମାନେ ଆମ ସାମ୍ନାକୁ ଆସନ୍ତି, ଆମେ ଆଶ୍ଚର୍ଯ୍ୟ ହୋଇଥାଉ । ସେହିପରି ଗୋଟିଏ ସାମୁଦ୍ରିକ ମାଛ ବିଷୟରେ ଆମେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । କାରଣ କୁହାଯାଉଛି ଯେ ଏହି ମାଛମାନେ ଡାଇନୋସର ମଧ୍ୟ ଶିକାର କରିଛନ୍ତି ।


ଏକ ରିପୋର୍ଟ ଅନୁଯାୟୀ ଏହି ମାଛର ନାମ ହେଉଛି ଲ୍ୟାମ୍ପ୍ରେସ୍ । ଯାହା ଉତ୍ତର ପ୍ରଶାନ୍ତ ମହାସାଗରର ମଧୁର ଜଳରେ ଦେଖାଯାଏ । ଏହି ମାଛ କୌଣସି ଶକ୍ତ ବା କଠିନ ଜିନିଷ ଖାଇପାରେ ନାହିଁ । ନିଜ ଜୀବନକୁ ବଞ୍ଚାଇବା ପାଇଁ ଏହା କେବଳ ତରଳ ପଦାର୍ଥରେ ଖାଇଥାଏ । ଅର୍ଥାତ୍ ଅନ୍ୟ ଜୀବର ରକ୍ତକୁ ପଇ ପେଟକୁ ପୂରାଏ । କୁହାଯାଉଛି ଯେ ଏହା ପ୍ରାୟ ୪୫ କୋଟି ବର୍ଷ ଧରି ପୃଥିବୀରେ ଉପସ୍ଥିତ ଅଛି । ଏହିପରି ମାଛର ତାର ଶିକାରକୁ ଅତି ନିର୍ମମ ଭାବରେ ହତ୍ୟା କରେ । ତାର ଆଗ ଦାନ୍ତରେ ଧାଡି ହୋଇ ଏକ ଶୋଷୁଥିବା ପାଟି ଅଛି, ଯାହାକି ସେମାନେ ଶିକାରକୁ ଧରି ରକ୍ତ ବାହାର କରିବାରେ ବ୍ୟବହାର କରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମାଛର ଶରୀରରେ ଗୋଟିଏ ବି ଅସ୍ଥି ନାହିଁ । କହିବାକୁ ଗଲେ ବିନା ହାଡରେ ଶରୀର ଆକୃତି ପାଇଥାଏ । ତେବେ ପ୍ରଶାନ୍ତ ମହାସାଗରରେ ଏହି ମାଛମାନେ ବର୍ତ୍ତମାନ ୪୦ ଟି ପ୍ରଜାତିର ରହିଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେମାନେ ଚାରିଥର ବିଲୁପ୍ତ ହେବାପରେ ମଧ୍ୟ ପୁଣି ଥରେ ନିଜ ଅସ୍ତିତ୍ୱକୁ ଆସିଛନ୍ତି । କାରଣ ମହିଳା ଲ୍ୟାମ୍ପ୍ରି ଏକ ସମୟରେ ୨ ଲକ୍ଷ ଅଣ୍ଡା ଦେଇଥାଏ । ତେଣୁ ଖୁବ ଶୀଘ୍ର ଏମାନଙ୍କ ବଂଶ ବୃଦ୍ଧି ହୋଇଥାଏ । ଯେଉଁ କାରଣରୁ ଏମାନେ ଲୋପ ପାଇନାହାନ୍ତି ।

Advertisement

Leave a Reply

Your email address will not be published. Required fields are marked *