Pratidin TV

Odisha's Digital News Platform

ବିନ ଡାକ୍ତରରେ ହେଉଛି ଅଲଟ୍ରା ସାଉଣ୍ଡ……ଦର ବଢ଼ାଇ କରୁଛନ୍ତି ସ୍କାନିଂ

1 min read

ବିନ ଡ଼ାକ୍ତରରେ ହେଉଛି ଅଲଟ୍ରା ସାଉଣ୍ଡ | କେତକ ଘରୋଇ କ୍ଲିନିକରେ ଏପରି ହେଉଥିବାର ଅଭିଯୋଗ ଆସିଛି | ଦର ବଢ଼ାଇ କରୁଛନ୍ତି ଅଲଟ୍ରା ସାଉଣ୍ଡ | ଆଜି ଜୟପୁରରେ ସିଲ ହୋଇଛି ଅଲଟ୍ରା ସାଉଣ୍ଡ ମେସିନ | ଗତ କିଛିଦିନ ଧରି ସରକାର ନିର୍ଧାରିତ କରିଥିବା ଦର ବଡାଇବାରୁ କୋରାପୁଟ ଜିଲାର ଅନେକ ସ୍ଥାନରେ ରହିଥିବା ଘରୋଇ କ୍ଲିନିକ ଗୁଡିକରେ ଜିଲ୍ଲା ପ୍ରଶାସନ ଲଗାତାର ଯାଞ୍ଚ କରିବା ସହିତ ବିନା ଡାକ୍ତରରେ ହେଉଥିବା ମେସିନ ଗୁଡିକୁ ଜିଲ୍ଲା ପ୍ରଶାସନ ସିଲ କରୁଛି | ଆଜି ଜୟପୁର ଦୋଳ ମଣ୍ଡପ ସାହି ରେ ଥିବା ଗୌରୀ ଶଙ୍କର ଘରୋଇ ନର୍ସିଙ୍ଗ ହୋମରେ ଥିବା ଅଲଟ୍ରା ସାଉଣ୍ଡ ମେସିନକୁ ସିଲ କରିଛି ଜିଲ୍ଲା ପ୍ରଶାସନ | କାରଣ ଦୀର୍ଘ ଦିନ ଧରି ଏଠି ଅଧିକ ଦର ସହିତ ବିନା ଡାକ୍ତରରେ ଯାଞ୍ଚ ଅଭିଯୋଗ ହେଇଥିବାର ଅଭିଯୋଗ ରହିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଥିଲା |

Advertisement

Leave a Reply

Your email address will not be published. Required fields are marked *