Pratidin TV

Odisha's Digital News Platform

କାଲି ସିଲ୍ ହୋଇ ଆଜି ପୁଣି ଚାଲିଲା , କିଶୋର ଭାଇନା ମଟନ

1 min read

ଭୁବନେଶ୍ୱର : ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ମଟନ ବିଷୟରେ କିଏବା ନଜାଣିଛି । ତାର ନିଆରା ସ୍ୱାଦ ପାଇଁ କାହିଁ କେତେଦୂରୁ ଧାଇ ଆସନ୍ତି ଲୋକ । ତେବେ ଗତକାଲି ନିମ୍ନ ମାନର ଖାଦ୍ୟ ଏବଂ ଏକ୍ସପାରି ଜିନିଷ ନେଇ ଚଢାଉ କରିଥିଲା ବିଏମସି । ଏହାପରେ ତାକୁ ସିଲ କରିଥିବା ଖବର ମଧ୍ୟ ମିଳିଥିଲା ।

ତେବେ ଆଜି ପୁଣି କିପରି ଚାଲିଚି ହୋଟେଲ । ଏନେଇ ହୋଟେଲର ମାଲିକ କିଶୋର ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ , ଗତକାଲି ବିଏମସି ପାଖ ହୋଟେଲ ସହ ଆମ ହୋଟେଲରେ ମଧ୍ୟ ଚଢାଉ କରିଥିଲେ । କିନ୍ତୁ ଖାଲି ହାଇଜେନିକ/ସଫାସୁତୁରାକୁ ଦୃଷ୍ଟିରେ ରଖିବାକୁ ପରାମର୍ଶ ଦେଇଯାଇଥିଲେ । ମୋର କିଛିବି ଫାଇନ ପଡିନି । ମୁ ମଟନ ରେ କୌଣସି ରଙ୍ଗ କି ସସ୍ ବ୍ୟବହାର କରେନି ତ ତା ଏକ୍ସପାରି କେଉଁଠୁ ଆସିବ । ଯଦି ମୁଁ ନିମ୍ନମାନର ଖାଦ୍ୟ ଦେଉଥାନ୍ତି ଲୋକମାନେ କାହିଁକି ଆସନ୍ତେ ଖାଇବାକୁ । ଏସବୁ ଗୁଜବ୍ ଉଠାଯାଉଛି । ମୋ ହୋଟେଲ ସିଲ୍ ହୋଇନି କି ଫାଇନ ମଧ୍ୟ ପଡିନି ।

Advertisement

Leave a Reply

Your email address will not be published. Required fields are marked *