Pratidin TV

Odisha's Digital News Platform

ଘୋଷଯାତ୍ରା ପୂର୍ବରୁ ବ୍ୟାପକ ହେବ ଟିକାକରଣ: ଏତିକି ସେବାୟତଙ୍କୁ ମିଳିବ କରୋନା ଟିକା

1 min read

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପୂର୍ବରୁ ୭୫୦୦ ସେବାୟତ ପ୍ରଥମ ଓ ଦ୍ୱିତୀୟ ଡୋଜ କୋଭିଡ୍‌ ଟିକା ନେଇଥିଲେ । ଏବେ ରଥଯାତ୍ରା ପୂର୍ବରୁ ପୁଣି ଥରେ ଏହି ସେବାୟତଙ୍କୁ ବୁଷ୍ଟର ଡୋଜ ଟିକା ଦେବାକୁ ଅଭିଯାନ ଚାଲିଛି । ଚଳିତ ସପ୍ତାହରେ ମୋଟ ୧୫୦୦ ସେବକ ବୁଷ୍ଟର ଡୋଜ ଟିକା ନେଇ ସାରିଛନ୍ତି । ବାକି ୬ ହଜାର ସେବାୟତଙ୍କୁ ରଥଯାତ୍ରା ପୂର୍ବରୁ ବୁଷ୍ଟର ଡୋଜ ଟିକା ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରଚାର ପ୍ରସାର ଚଳାଇଛି ।

ଉଲ୍ଲେଖନୀୟ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୮୦ ଦଇତାପତି ସେବକ ଓ ୧୨୬ ଅନ୍ୟ ସେବକ ସେବା କରିବେ । ଅଣଦଇତାପତି ସେବକଙ୍କ ମଧ୍ୟରୁ ପାଖାପାଖି ସମସ୍ତେ ବୁଷ୍ଟର ଡୋଜ ନେଇ ସାରିଥିବାର ସୂଚନା ମିଳିଛି । ମହାପ୍ରଭୁଙ୍କ ପହଣ୍ଡି ତଥା ସ୍ନାନ ନୀତି ସହ ଯୋଡି ରହିଥିବା ଦଇତାପତି ସେବକଙ୍କ ମଧ୍ୟରୁ ଅଧିକାଂଶ ବୁଷ୍ଟର ଡୋଜ ନେଲେଣି ।

Advertisement

Leave a Reply

Your email address will not be published. Required fields are marked *