Pratidin TV

Odisha's Digital News Platform

 ବିଜୟ ମାଲ୍ୟାଙ୍କ ଉପରେ ସେବି ଲଗାଇଲା ୩ ବର୍ଷର ବ୍ୟାନ…

ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ ସେବି ନେଇଛି  ଦୃଢ଼ କାର୍ଯ୍ୟାନୁଷ୍ଠାନ। ମାର୍କେଟ ରେଗୁଲେଟର ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ  ନେଇଛି । ଏଥସହ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମାର୍କେଟରେ କୌଣସି ପ୍ରକାର କାରବାର କରିବାରୁ ନିଷିଦ୍ଧ ଘୋଷଣା କରିଛି । ଏଭଳି କଟକଣା ଯୋଗୁ ସେ ଆଗାମୀ ୩ ବର୍ଷ ଯାଏ ପୁଞ୍ଜି ବଜାରରେ କୌଣସି ନେଣଦେଣ କରିପାରିବେ ନାହିଁ । ସେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରତିଭୂତି କ୍ରୟ, ବିକ୍ରି, ଡିଲ୍ କରିବାକୁ ଆଗାମୀ ୩ ବର୍ଷ ଯାଏ ପ୍ରତିବନ୍ଧକ ଲଗାଯାଇଛି ବୋଲି ସେବି କହିଛି ।

ମାଲ୍ୟାଙ୍କର ଯେକୌଣସି ପ୍ରତିଭୂତି ହୋଲିଂ ବ୍ୟାନ ରହିବ । ଏଥିରେ ମ୍ୟୁଚୁଆଲ ଫଣ୍ଡ୍ ୟୁନିଟ ମଧ୍ୟ ସାମିଲ ରହିଛି । ସେବିର ଏହି ନିର୍ଦ୍ଦେଶ ତ୍ୱରିତ ଭିଭିରେ ଲାଗୁ ହେବ । କିଙ୍ଗ୍ ଫିସର ଏୟରଲାଇନ୍ସ ଦେବାଳିଆ ମାମଲାରେ ଋଣ ନେଇ ଫେରାର ହୋଇଯାଇଥିବା ବିଜୟ ମାଲ୍ୟାଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ସେବି ଚେଷ୍ଟା ଜାରି ରଖିଛି । ବିଜୟ ମାଲ୍ୟା ବର୍ତମାନ ବ୍ରିଟେନରେ ରହୁଛନ୍ତି ।  ସେବି କହିଛି ବିଜୟ ମାଲ୍ୟାଙ୍କୁ ସିକ୍ୟୁରିଟି ମାର୍କେଟ୍‌ରେ ଆକ୍‌ସେସ୍ ଉପରେ ରୋକ ଲଗାଯାଇଛି । ଏଥିସହିତ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ସିକ୍ୟୁରିଟିଜ କିଣିବା କିମ୍ବା ବିକିବା କୌଣସି ପ୍ରକାରେ ଡିଲିଂ କରିବା ସିକ୍ୟୁରିଟି ମାର୍କେଟ ସହ କୌଣସି ପ୍ରକାର ଜଡିତ ହେବା ଉପରେ ପରବର୍ତ୍ତୀ ତିନି ବର୍ଷ ପାଇଁ ପ୍ରତିବନ୍ଧକ ଲଗା ଯାଉଛି ।

Leave a Reply

Your email address will not be published. Required fields are marked *