Pratidin TV

Odisha's Digital News Platform

ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ୫ ଲୋକସଭା ସହ ୩୫ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

ଆଜି ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ | ସକାଳ ୭ଟାରୁ ଆରମ୍ଭ ହୋଇସାରିଛି ମତଦାନ | ଆଜି ୫ ଲୋକସଭା ଆସନ ଓ ୨୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ଚାଲିଛି ଭୋଟ |

ଆଜି ଲୋକସଭା ଆସନ ଆସ୍କା, କନ୍ଧମାଳ, ବଲାଙ୍ଗୀରି, ବରଗଡ଼, ସୁନ୍ଦରଗଡ଼, ଓ ଏହା ଅଧିନସ୍ଥ ଥିବା ୨୫ଟି ବିଧାନସଭା ନିର୍ବାଚମଣ୍ଡଳିରୁ ଆରମ୍ଭ ହୋଇଛି ଭୋଟ | ତେବେ ୫ ଲୋକସଭା ଆସନରୁ ୪0 ଜଣ ପାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା | ଏମାନଙ୍କ ମଧ୍ୟରୁ ୩୪ ପୁରୁଷ ଓ ୬ଜଣ ମହିଳା | ଅନ୍ୟପଟେ ୩୫ ବିଧାନସଭା କ୍ଷେତ୍ରରେ ମୋଟ ୨୬୫ ଜଣ ପାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା | ଏମାନଙ୍କ ମଧ୍ୟରୁ ୨୨୪ ପୁରୁଷ ଓ ୪୧ ଜଣ ଅଛନ୍ତି ମହିଳା | ୫ ସଂସଦୀୟ କ୍ଷେତ୍ରରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ।

ଏହି ପର୍ଯ୍ୟାୟ ଭୋଟ ପାଇଁ ୯ ହଜାର ୧୪୮ ମତଦାନ କେନ୍ଦ୍ର କରାଯାଇଛି। ଏଥିମଧ୍ୟରୁ ୧ ହଜାର ୯୦ଟି ସହରାଞ୍ଚଳ ଏବଂ ୮ ହଜାର ୫୮ଟି ଗ୍ରାମାଞ୍ଚଳରେ ରହିଛି । ୧ ହଜାର ୪୧ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ଓ ୨୫ଟି ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ବାରା ପରିଚାଳିତ । ୧ ହଜାର ୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର ହୋଇଛି। ତେବେ ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି।

Leave a Reply

Your email address will not be published. Required fields are marked *