ଷ୍ଟେସନ୍ ଇଣ୍ଟରନେଟରେ ଲୋକ ପର୍ଣ୍ଣ ଦେଖୁଛନ୍ତି: ସବୁଠୁ ଆଗରେ ସିକନ୍ଦରାବାଦ
1 min readନୂଆଦିଲ୍ଲୀ: ଭାରତକୁ ଡିଜିଟାଲ ଭାରତରେ ପରିଣତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିଜିଟାଲ ଇଣ୍ଡିଆ ଯୋଜନା କରାଯାଉଛି । ଏହାକୁ ପୁରା କରିବା ପାଇଁ ପ୍ରତି ରେଳ ଷ୍ଟେସନରେ ୩୦ ମିନିଟର ହାଇସ୍ପିଡ୍ ଇଣ୍ଟରନେଟ ପ୍ରଦାନ କରାଯାଇଥାଏ । ତେବେ କିଛି ଲୋକ ଏହାର ଦୁର୍ବ୍ୟବହାର କରିବା ସହିତ ଏହି ଇଣ୍ଟରନେଟର ବ୍ୟବହାର କରି ଅଶ୍ଲୀଳ ସିନେମା ଦେଖୁଛନ୍ତି । ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ଷ୍ଟେସନ୍ ସିକନ୍ଦରାବାଦରେ ସବୁଠାରୁ ଅଧିକ ଅଶ୍ଲୀଳ ଭିଡିଓ ଦେଖିବା ସହିତ ଡାଉନଲୋଡ୍ ମଧ୍ୟ କରାଯାଉଛି । ଦୈନିକ ୧୨ ଲକ୍ଷ ଲୋକ ମାଗଣା ଇଣ୍ଟରନେଟ୍ ବ୍ୟବହାର କରି ଅଶ୍ଲୀଳ ଭିଡିଓ ଦେଖୁଛନ୍ତି ଅଥବା ଡାଉନଲୋଡ୍ କରୁଛନ୍ତି । ଦେଶରେ ୧୬୦୦ରୁ ଅଧିକ ଷ୍ଟେସନ୍ ରହିଥିବା ବେଳେ ସବୁଠୁ ଆଗରେ ରହିଛି ସିକନ୍ଦରାବାଦ ।
ସିକନ୍ଦରାବାଦ ଷ୍ଟେସନ୍ ଏକ ନମ୍ବର ରହିଥିବା ବେଳେ ଏହି ତାଲିକାରେ ପଛକୁ ପଛ ରହିଛନ୍ତି ହାଇଦ୍ରାବାଦ, ବିଜୟୱାଡା ଓ ତିରୁପତି । ସିକନ୍ଦରାବାଦ ଏବଂ ବିଜୟୱାଡାରେ ରେଲ୍ ଟେଲ୍ ୱାଇଫାଇ ବ୍ୟବହାରରେ ସର୍ଚ୍ଚ କରାଯାଉଥିବା ୩୫ % ସର୍ଚ୍ଚରେ ପର୍ଣ୍ଣୋଗ୍ରାଫି ରହିଥାଏ । ୩୦ ମିନିଟରେ ଯଦି ଜଣେ ଗ୍ରାହକ ହାରାହାରି ୩୫୦ ଏମବି ଡାଟା ବ୍ୟବହାର କରନ୍ତି ଏଥି ମଧ୍ୟରୁ ୯୦ ପ୍ରତିଶତ ପର୍ଣ୍ଣୋଗ୍ରାଫିରେ ବ୍ୟବହାର ହୋଇଥାଏ । ଆଗାମୀ ଦିନରେ ଆହୁରି ୫୮୮ ଟି ଷ୍ଟେସନକୁ ମାଗଣା ଇଣ୍ଟରନେଟ ସଞ୍ଜୋଗୀକରଣ କରାଯିବ ବୋଲି କୁହାଯାଇଛି ।