Pratidin TV

Odisha's Digital News Platform

କଂଗ୍ରେସର ଭାରତ ଯୋଡ ଯାତ୍ରା , ଉଠିଲା ରାହୁଲଙ୍କ ସୁରକ୍ଷାରେ ପ୍ରଶ୍ନ ?

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି । ଭାରତ ଯୋଡ଼ ଯାତ୍ରା ବେଳେ ପଶି ଆସିଲେ ଯୁବକ । ସୁରକ୍ଷା କର୍ଡନ ଭାଙ୍ଗି ରାହୁଲଙ୍କୁ କୁଣ୍ଢାଇ ପକାଇଲେ । ପଞ୍ଜାବ ହୋଶିଆର ପୁରରେ ଭାରତ ଯୋଡ ଯାତ୍ରା ସମୟରେ ପୁଣି ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ପଶି ଆସିଲେ ଏବଂ ରାହୁଲଙ୍କୁ କୁଣ୍ଢାଇକୁ ଚେଷ୍ଟା କରିଥିଲେ । ତେବେ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ତାଙ୍କୁ ଟାଣି ଆଣିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପଞ୍ଜାବରେ ଜାରି ରହିଛି । ଏହି ସମୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ହୋଶିଆରପୁରର ଦଶୁହାରେ ଜଣେ ବ୍ୟକ୍ତି ସୁରକ୍ଷା କର୍ଡନ ଭାଙ୍ଗି ରାହୁଲ ଗାନ୍ଧୀଙ୍କ ନିକଟରେ ପହଂଚି ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିଥିଲେ । ରାହୁଲ ଗାନ୍ଧୀଙ୍କ ନିକଟତର ହେବା ମାତ୍ରେ ସୁରକ୍ଷାକର୍ମୀ ଏବଂ ନେତାମାନେ ତୁରନ୍ତ ତାଙ୍କୁ ସେଠାରୁ ହଟାଇ ଦେଇଥିଲେ । ଏତେ କଡ଼ା ସୁରକ୍ଷା ମଧ୍ୟରେ ରାହୁଲ ଗାନ୍ଧୀଙ୍କ ନିକଟକୁ ସେ ବ୍ୟକ୍ତି ଜଣଙ୍କ କିପରି ଆସିଲେ, ସେନେଇ ଏବେ ପ୍ରଶ୍ନ ଉଠିଛି ।

ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ଦୁଇଥର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲା । ତେବେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସହ ଜଡିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ କହିଛି ଯେ, ରାହୁଲ ଗାନ୍ଧୀ ନିଜେ ଅନେକ ଥର ଏହି ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛନ୍ତି ।

Leave a Reply

Your email address will not be published. Required fields are marked *