Pratidin TV

Odisha's Digital News Platform

ଅଣନିଶ୍ୱାସୀ କରିଦେଲା ମଶାଧୂଆଁ, ଘରେ ଶୋଇଥିବାବେଳେ ଧୂଆଁରେ ଚାଲିଗଲା ଜଣଙ୍କ ଜୀବନ,ଅନ୍ୟଜଣ ଗୁରୁତର

କେନ୍ଦୁଝର: ମଶାଧୂଆଁରେ ଅଣନିଶ୍ୱାସୀ ହୋଇ ସୁରକ୍ଷାକର୍ମୀ ଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ ହରିଚନ୍ଦନପୁର ବ୍ଲକ କୁମାରନାଳୀ ଗ୍ରାମର ସହଦେବ ମହାନ୍ତ । ସାଙ୍ଗରେ ଶୋଇଥିବା ଡ୍ରାଇଭରର ବ୍ୟକ୍ତି ଜଣକ ଘର ବାରିଆ ଥାନା ବର୍ଦ୍ଧନା ଗ୍ରାମର ସୁରେନ୍ଦ୍ର ମାଝି(୩୦) । ଗୁରୁତର ସୁରେନ୍ଦ୍ରଙ୍କ ସୂଚନା ମୁତାବକ , ଏକ ଘରୋଇ କମ୍ପାନୀର କାର୍ଯ୍ୟାଳୟରେ ସୁରକ୍ଷାକର୍ମୀ ସହଦେବ ଓ କାର୍ ଚାଳକ ସୁରେନ୍ଦ୍ର ଉଭୟ ସେହି ଗୋଟିଏ ଘରେ ଶୋଇଥିଲେ । ରାତିରେ ଶୋଇବା ସମୟରେ ମଶା କାମୁଡିଥିଲା । ମଶାରୁ ରକ୍ଷା ପାଇବା ପାଇଁ ୨ଟି ମଶାଧୂଆଁ ଷ୍ଟିକ ଲଗାଇ କବାଟ ଝରକା ବନ୍ଦ କରି ଶୋଇ ପଡ଼ିଥିଲେ । ପରେ ସେ ଆଖି ଖୋଲିବା ପରେ ସେ ନିଜକୁ ଡାକ୍ତରଖାନାରେ ପାଇଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା କଥା ଆଜି ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିଲା । ଅନ୍ୟ ଜଣକ ମୃତ ଅବସ୍ଥାରେ ଭର୍ତ୍ତି ହୋଇଥିଲେ । ଗୁରୁତର ସୁରେନ୍ଦ୍ର କିଛି ବିଷାକ୍ତ ଧୂଆଁ ନିଶ୍ୱାସ ନେଇଥିବାରୁ ଏପରି ହୋଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ଅନ୍ୟ ଜଣକ ବ୍ୟବଚ୍ଛେଦ ରିପୋର୍ଟ ଳଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *