Pratidin TV

Odisha's Digital News Platform

ବାପା ସିକ୍ୟୁରିଟି ଗାର୍ଡ , ଝିଅ ପାଇଲା ବିଦେଶ ମାଟିରେ ସଫଳତା …

1 min read

ଗରିବ ବାପାର ପରିଶ୍ରମର ମୂଲ୍ୟ ଆଜି ବ୍ୟର୍ଥ ଯାଇନି । ଝିଅର ସଫଳତା ପରେ ଏ ଗରିବ ବାପାର ଛାତି ଆଜି କୁଣ୍ଡେମୋଟ ହୋଇଯାଇଛି । ଗରିବ ବାପାର ଟେକ ରଖିଲା ଏ ସୁନା ଝିଅ । ସିକ୍ୟୁରୁଟି ଗାର୍ଡର ଝିଅ ହୋଇ ବିଦେଶ ମାଟିରେ ବାପର ମୁଣ୍ଡ ଗର୍ବରେ ଉଚ୍ଚା କରିଦେଲା । ଯେଉଁମାନେ କହୁଥିଲେ ଗରିବ ଘରର ଝିଅ କେବେ ବିଦେଶ ଯାଇପାରିବନି । ସଫଲତା ପାଇପରିବି ସେ ମାନଙ୍କୁ ଦେଇଛନ୍ତି ଉଚିତ୍ ଜବାବ୍ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଜଣେ ଗ୍ର୍ରାଜୁଏଟ ଝିଅର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସେଥିରେ ଜଣେ ସୁରକ୍ଷାକର୍ମୀ ତାଙ୍କ ଝିଅକୁ ବିମାନ ବନ୍ଦରକୁ ଛାଡିବାକୁ ଯାଉଛନ୍ତିି । ଆଉ ଏହି ସମୟେରେ ବାପା ଝିଅକୁ ବିଦାୟ ଦେବା ବେଳେ ଉଭୟଙ୍କ ଆଖିରେ ଲୁହଭରି ଯାଉଛି ।

ତେବେ ଏହା ପରେ ଝିଅଟି ବିଦେଶକୁ ଯାଇ ସମ୍ମାନୀତ ହେଉଥିବା ଦେଖିବାକୁମିଳିଛି । ତେବେ ସେ ଯୁବତୀ ଜଣକ ହେଉଛନ୍ତି ଧନଶ୍ରୀ । ଆଉ ତାଙ୍କ ବାପା ଜଣେ ସକ୍ୟୁରିଟି ଗାର୍ଡ ଅଟନ୍ତି । କଷ୍ଟ କରି ଝିଅକୁ ପାଠ ପଢାଇବାକୁ ସେ ବିଦେଶ ପଠାଇଥିଲେ । ଯାହା ପାଇଁଝିଅ ଆଜିଗ୍ରାଜୁଏଟହୋଇ ପାରିଛି ।ଝିଅ ଏହି ସଫଳତା ହାସଲ କରିବା ପରେ ସେ ଏହାର ଶ୍ରେୟ କେବଳ ତା ବାପଙ୍କୁ ହିଁ ଦେଇଛି । ଆଉ କହିଛି ମୋ ଉପରେ ବିଶ୍ୱାସ କରିଥିବାରୁ ବାପା ତୁମକୁ ଧନ୍ୟବାଦ । ଆଉ ସେହି ମାନଙ୍କ ମୁହଁକୁ ଚୁପ କରି ଦେଇଛି ଯେଉଁମାନେ ମୋ ବାପାଙ୍କୁ ତାତ୍ସଲ୍ୟ କରୁଥିଲେ ।କହୁଥିଲେ ତୁମେ ଜଣେ ସୁରକ୍ଷାକର୍ମୀ । ଝିଅକୁ ବିଦେଶରେ ପାଠ ପଢାଇ ପାରିବ ନାହିଁ ।ଏସବୁ ଶୁଣିବା ପରେ ବି ତୁମେ ମୋ ସ୍ୱପ୍ନ ପୂରଣକରିଛ ।ପିତାତାଙ୍କ ପାଇଁ ଲାଇଫ ଗାର୍ଡ ସାଜିଥିବାରୁ ଆଜି ସେ ଏହି ସଫଳତା ହାସଲ କରିପାରିଥିବା ଧନଶ୍ରୀ କହିଛନ୍ତି । ଧନଶ୍ରୀଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଧନଶ୍ରୀଙ୍କ କାହାଣୀକୁ ପସନ୍ଦକରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିରେସାମିଲହୋଇଛନ୍ତି ବହୁ ସେଲିବ୍ରିଟି ।

Leave a Reply

Your email address will not be published. Required fields are marked *