Pratidin TV

Odisha's Digital News Platform

ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା : ଡାକ୍ତର ନୁହେଁ ସିକ୍ୟୁରିଟି କରୁଛନ୍ତି ଚିକିତ୍ସା ..

ଝାରସୁଗୁଡା : ରୋଗୀଙ୍କ ରକ୍ତ ଚାପ ମାପୁଛନ୍ତି ସିକ୍ୟୁରିଟି ଗାର୍ଡ। ଏଠି ସହିତ ରୋଗୀ ଲାଇନ୍ରେ ଥିବା ସତ୍ତ୍ବେ ଦିନ ୧୧ ଟା ରେ ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ କରି ପଳାଇଥିଲେ ଡାକ୍ତର ଓ ସମସ୍ତ କର୍ମଚାରୀ। ଏଭଳି ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ। ଅଭିଯୋଗ ଆସିଲା ପରେ ତୁରନ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟାନୁଷ୍ଠାନ ନେଲେ ସିଡିଏମଓ ଡୋଳାମଣି ପଟେଲ।

ସୂଚନା ଅନୁସାରେ ଲଇକେରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ମଙ୍ଗଳବାର ଦିନ ପ୍ରତ୍ୟେକ ଦିନ ଭଳି ରୋଗୀଙ୍କୁ ଡାକ୍ତର ଦେଖୁଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ରୋଗୀ ମାନଙ୍କ ରକ୍ତ ଚାପ ମାପୁଥିବା ଅଭିଯୋଗ ହୋଇଥିଲା। ଏହାର ଚିତ୍ର ଜଣେ ବ୍ୟକ୍ତି ମୋବାଇଲ ରେ କଏଦ୍ କରି ସିଡିଏମଓ ଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ମାତ୍ରେ ତୁରନ୍ତ ସିଡିଏମଓ ଏହି ଘଟଣା ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସଂପୃକ୍ତ ଡାକ୍ତର ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ କରି ସେଠାରୁ ପଳାଇ ଯାଇଥିଲେ।

ତଦନ୍ତକାରୀ ଦଳ ଆସି ପ୍ରାୟ ୧ ଘଣ୍ଟା ଅପେକ୍ଷା କରିବା ପରେ ପୁଣି ଫେରି ଯାଇ ତଦନ୍ତ ରିପୋର୍ଟ ସିଡିଏମଓ ଙ୍କୁ ଦେଇଥିଲେ। ରିପୋର୍ଟ ପାଇବା ପରେ ସିଡିଏମଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସଦୃଶ ସଂପୃକ୍ତ ଡାକ୍ତର ଟଙ୍କେଶ୍ୱର୍ ବୁଦୁଲା ଙ୍କୁ ଅନ୍ୟତ୍ର ବଦଳି କରିବା ସହ ୨ ଦିନ ମଧ୍ୟରେ ଲିଖିତ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *