Pratidin TV

Odisha's Digital News Platform

ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଖି ଦୁଃଖ ବଖାଣିଲେ ବାବା 

ଆଜି ଭକ୍ତ ଏବଂ ଭଗବାନଙ୍କ ଭିତରେ ଥିବା ଦୂରତାକୁ ଭାଙ୍ଗିଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଖୋଲିଚି ଶ୍ରୀମନ୍ଦିରର ୪ ଦ୍ୱାରା | ଯାହାକୁ ନେଇ ମୁନି ରୁଷିଙ୍କଠାରୁ ଆରମ୍ଭ କରି ଭକ୍ତ ମାନେ ହୋଇଯାଇଛନ୍ତି ଆନନ୍ଦ |

ତେବେ ଜଣେ ବାବାଙ୍କ ନଜର ପଡିଥିଲା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଉପରେ | ଏହି ସମୟରେ ନିଜ ମନରେ ଥିବା ଅନେକ ଅଭିଯୋଗ ବଖାଣି ଥିଲେ ବାବା ଜଣକ | ଆଜି ସକାଳୁ ଶ୍ରୀମନ୍ଦିରର ସିଂହଦ୍ୱାର ସମେତ ଅନ୍ୟ ତିନି ଦ୍ୱାର ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର, ଉତ୍ତର ଦ୍ୱାର ବା ହସ୍ତି ଦ୍ୱାର ଓ ଦକ୍ଷିଣଦ୍ୱାର ବା ଅଶ୍ୱ ଦ୍ୱାର। ସବୁ ଦ୍ୱାର ଖୋଲିବା ପରେ ଭକ୍ତମାନେ ମନ୍ଦିର ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିଛନ୍ତି । କିନ୍ତୁ ଅନ୍ୟପଟେ ଜଗନ୍ନାଥଙ୍କ ସାହାଣ ମେଳ ଦର୍ଶନ କରିପାରୁନାହାନ୍ତି ଭକ୍ତ | ଯାହାକୁ ଅନେକ ଦିନରୁ ପ୍ରଶାସନ ଦ୍ୱାରା ବନ୍ଦ କରିଦିଆଯାଇଥିଲା | ତେବେ ପ୍ରତ୍ୟକ ଦିନ ସାହାଣ ମେଳ କରାଯାଉ ବୋଲି ବାବା ଜଣକ କହିଛନ୍ତି |

ତେବେ ବାବା ଏହା ମଧ୍ୟ କହିଛନ୍ତି ମାୟାଧର ମାୟା ରଚିଲେ | ସରକାର ପରିବର୍ତ୍ତନ ହେଲା ଓ ଏହାସହ ପ୍ରଥମ ନିଷ୍ପତିରେ ଖୋଲା ହେଲା ଶ୍ରୀମନ୍ଦିର ୪ ଦ୍ୱାରା | କୋଭିଡ୍ ବେଳେ ଭକ୍ତଙ୍କ ପାଇଁ ସିଂହଦ୍ୱାର ଖୋଲା ରଖି ବାକି ୩ ଦ୍ୱାର ବନ୍ଦ କରିଥିଲେ । ଯାହାଦ୍ୱାରା ଅନେକ ଭକ୍ତ ଅସନ୍ତୋଷ ପରିପ୍ରକାଶ କରୁଥିଲେ |

ପରେ ନିର୍ବାଚନ ସମୟରେ ଶ୍ରୀମନ୍ଦିର ୪ ଦ୍ୱାରା ଖୋଲିବା ନେଇ ବିଜେପି ପ୍ରସଙ୍ଗ ରଖିଥିଲା | ପରେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଷ୍ପତି କ୍ରମେ ଆଜି ପୁରୀ ଶ୍ରୀମନ୍ଦିରର ୪ ଦ୍ବାର ଖୋଲାଯାଇଛି |

Leave a Reply

Your email address will not be published. Required fields are marked *