Pratidin TV

Odisha's Digital News Platform

ସୀମା ହାଇଦର କଲେ ବଡ ଖୁଲାସା, ୧ ଲକ୍ଷ ଭିୟୁରେ ୟୁଟ୍ୟୁବ୍‌ରୁ ହୁଏ କେତେ ଇନକମ୍ ?

1 min read

ସଚିନ୍‌ଙ୍କ ପ୍ରେମ ପାଇଁ ଭାରତ-ପାକିସ୍ତାନ ସୀମା ଡେଇଁଥିଲେ ସୀମା ହାଇଦର । ହଁ ଆମେ ଆଜି ସେଇ ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ କଥା କହୁଛୁ ଯିଏ ଭାରତୀୟ ଯୁବକଙ୍କୁ ବିବାହ କରି ଚର୍ଚ୍ଚା ରେ ଅଛନ୍ତି । ଆଉ ତାଙ୍କ ପ୍ରେମ କାହାଣୀ ଏତିକି ନୁହଁ ବରଂ ନିଜ ପ୍ରେମ ପାଇଁ ସେ ଜୀବନକୁ ବାଜିରେ ଲଗାଇ ଲୁଚିଛପି ବର୍ଡର ପାର୍ କରିଥିଲେ । କିନ୍ତୁ ଭାରତ ଆସିବା ପରେ ପୁରା ପୁରି ବଦଳିଯାଇଛି ତାଙ୍କ ଭାଗ୍ୟ ।

ସ୍ୱାମୀ ସଚିନଙ୍କ ସହ ରିଲ୍ କରି ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେ । ତେବେ କେବଳ ସ୍ୱାମୀ କାହିଁକି ନିଜ ଶାଶୂ ଶଶୁରଙ୍କ ସହ ମଧ୍ୟ ସୀମା ଭିଡିଓ କରିଥିବାର ନଜର ଆସିଛନ୍ତି । ତେବେ ଚାଲନ୍ତୁ ଜାଣିବା ସୀମା ନିଜ ରିଲ୍ସ ଜରିଆରେ କେତେ ଇନକମ୍ କରୁଛନ୍ତି । ସେ ନିଜେ ଏକ ଭିଡିଓ ପୋଷ୍ଟ କରି ୟୁଟ୍ୟୁବ୍ ରୁ ପାଉଥିବା ଟଙ୍କା ବିଷୟରେ ଖୁଲାସା କରିଛନ୍ତି ।

Advertisement

ସୀମା ହାଇଦର କହିଛନ୍ତି ଯେ ୟୁଟ୍ୟୁବ୍ ସଟ୍ସରେ ୧ ଲକ୍ଷ ଭିୟୁଜ୍ ଆସିଗଲେ ତାଙ୍କୁ ୧ ଡଲାର ମିଳିଥାଏ । ଅର୍ଥାତ୍ ୮୦ ରୁ ୮୨ ଟଙ୍କା । ତେବେ ଦୁହେଁ ୟୁଟ୍ୟୁବ୍ ରୁ ଟଙ୍କା ରୋଜଗାର କରି ନିଜର ଏକ ଘର ମଧ୍ୟ ତିଆରି କରିସାରିଲେଣି ।

Leave a Reply

Your email address will not be published. Required fields are marked *