Pratidin TV

Odisha's Digital News Platform

ଭାରତ ଆସିବେ ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର, ସୀମାଙ୍କୁ ଫେରାଇ ନେବେ ପାକିସ୍ତାନ…

1 min read

ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିଲେ ଭାରତ ଆସିଥିଲେ ସୀମା ହାଇଦର । ଚଳିତ ବର୍ଷ ମେ ୧୩ ତାରିଖରେ ସୀମା ନେପାଳ ସୀମା ଦେଇ ନୋଏଡା ଠାରେ ପହଞ୍ଚିଥିଲେ । ହେଲେ ବର୍ତ୍ତମାନ ପୁଣି ଥରେ ପାକିସ୍ତାନ ଫେରିଯାଇପାରନ୍ତି ସୀମା । ସୀମାଙ୍କୁ ପାକିସ୍ତା ଫେରାଇ ନେବେ ତାଙ୍କ ପୂର୍ବ ସ୍ୱାମୀ । କିନ୍ତୁ ସିମା ସେ ପ୍ରେମିକ ସଚିନଙ୍କୁ ତାଙ୍କ ସ୍ୱାମୀ ବୋଲି ମାନୁଛନ୍ତି । ନିକଟରେ ସୀମା ଏବଂ ସଚିନ ନିଜ ପାଇଁ ଏକ ନୂତନ ଘର ନିର୍ମାଣ କରିଛନ୍ତି । ଯେଉଁଠାରେ ସେ ନିଜ ପିଲା ଏବଂ ସଚିନ୍‌ଙ୍କ ସହ ରହୁଛନ୍ତି । କୁହାଯାଇଛି ଯେ ତେବେ ସୀମା ଭାରତରେ ବସବାସ କରିବାକୁ ଯୋଜନା କରିଛନ୍ତି ସୀମା । ଏବେ ସେ ଭାରତ ଛାଡି ପାକିସ୍ତାନ ଯିବେ ନାହିଁ । କିନ୍ତୁ ସେପଟେ ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର ସୀମାଙ୍କ ଉପରେ ବହୁତ ରାଗିଛନ୍ତି । ସେ କହିଛନ୍ତି ଯେ ସେ ଭାରତ ଆସିବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ଭିସା ପାଇ ନଥିଲେ । ତଥାପି, ସେ ଚୁପ୍ ରହିବାକୁ ବସିବେ ନାହିଁ । ସ୍ୱାମୀ ଗୁଲାମ କହିଛନ୍ତି ଯେ ସେହି ପିଲାମାନେ ମୋର । ମୁଁ ସେମାନଙ୍କୁ ଫେରାଇଆଣିବି । ସେ ଏହା ମଧ୍ୟ କହିଛନ୍ତି ଯେ ସୀମା ତାଙ୍କୁ ଛାଡପତ୍ର ନଦେଇ ପ୍ରତାରଣା କରୁଛନ୍ତି । ଯାହା ଭୁଲୋ ଅଟେ । ତେଣୁ ମୁଁ ଛାଡପତ୍ର ଦେଇ ନାହିଁ, ମୁଁ ତାଙ୍କୁ ନେବି’,ଏଭଳି ପରିସ୍ଥିତିରେ ସେ ଅନ୍ୟ କାହାକୁ ବିବାହ କରିପାରିବେ ନାହିଁ । ଏହା ବେଆଇନ ଅଟେ । ଗୁଲାମ ହାଇଦର କହିଛନ୍ତି ଯେ ସୀମା ଭାରତ ଛାଡି ପାକିସ୍ତାନ ଆସିବେ । ତାଙ୍କୁ ଏଠାକୁ ଆସିବାକୁ ପଡିବ । ତାଙ୍କୁ ସୀମା ହଇାଦର ନୁହେ ସୀମା ସଚିନ ମୀନା କୁହାଯିବା ଉଚିତ । ଯେହେତୁ ମୁଁ ତାଙ୍କୁ ଛାଡପତ୍ର ଦେଇ ନାହିଁ । ଆଇନଗତ ଭାବରେ ସେ ମୋର ପତ୍ନୀ ।

Advertisement

Leave a Reply

Your email address will not be published. Required fields are marked *