ଶିମିଳିପାଳ ଜଙ୍ଗଲରେ ବାଘ ଛାଲ ଜବତ, ଜଣେ ଶିକାରୀ ଗିରଫ…
1 min read
ମୟୁରଭଞ୍ଜ: ବାରିପଦା ରାଜ୍ୟରେ ବାଘ ସଂଖ୍ୟା ହ୍ରାସ ପାଉଥିବା ନେଇ ସରକାର ଚିନ୍ତାରେ ଥିବା ବେଳେ ଶିମିଳିପାଳ ଜଙ୍ଗଲରୁ ବାଘ ଶିକାର ବଢିବାରେ ଲାଗିଛି । ସେହିପରି ପୁଣିଥରେ ଶିମିଳିପାଳ ଜଙ୍ଗଲରୁ ଜବତ ହେଲା ବାଘ ଛାଲ । ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରୁ ପୁଣି ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ଦକ୍ଷିଣ ଶିମିଳିପାଳର ଉପନିର୍ଦେଶକ ସମ୍ରାଟ ଗୈଡାଙ୍କ ନେତୃତ୍ୱରେ ଶିମିଳିପାଳର ଗୋଇନ୍ଦା ଟିମ୍ ଚଢ଼ାଉ କରି ଏହି ବାଘ ଛାଲକୁ ଜବତ୍ କରିଛି । ଟିମ୍ର ସଦସ୍ୟ ମାନେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଡୁକୁରା ରେଞ୍ଜର ଯଦୁନାଥପୁର ଗାଁରେ ଚଢାଉ କରିଥିଲେ । ଚଢାଉ ବେଳେ ଏହି ଛାଲକୁ ଜବତ୍ କରିଛି ଶିମିଳିପାଳର ଗୋଇନ୍ଦା ଟିମ୍ ।ଏଥି ସହିତ ଜଣେ ବ୍ୟକ୍ତି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରୁଛି । ଅଟକ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯଦୁନାଥପୁର ଅଞ୍ଚଳ ର ଭୁବନ ସିଂ । ତେବେ ସେହି ବ୍ୟକ୍ତି ଜଣକ ଶିକାର କରିଛନ୍ତି କି ନାହିଁ ? ନା ଆଉ କିଏ ଏହି ଘଟଣାରେ ସଂପୃକ୍ତି ରହିଛି ସେ ନେଇ ପଚରାଉଚରା ଜାରି ରହିଛି । ସେପଟେ ଗିରଫ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ନେଇ ବନ ବିଭାଗ ପକ୍ଷରୁ ଗଣ ମାଧ୍ୟମ ଜରିଆରେ ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଶିକାର ହୋଇଥିବା କଲରାପତରିଆ ବାଘଟି ସାତ ରୁ ଆଠ ବର୍ଷର ବୋଲି ଅନୁମାନ କରାଯାଉଛି । ଗତ କିଛି ମାସ ଧରି ଶିମିଳିପାଳ ଅଭୟାରଣ୍ୟରେ ପୋଲିସ ଏବଂ ବନ ବିଭାଗ ମିଳିତ ଭାବେ ପେଟ୍ରଲିଙ୍ଗ ପାଇଁ ନିୟୋଜିତ ହୋଇଛନ୍ତି । ଏନେଇ ବାରିପଦା ସ୍ଥିତ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦେଶକ କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ସାମ୍ବାଦିକ ସମ୍ମିଳନୀରେ ଗଣ ମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ।