Pratidin TV

Odisha's Digital News Platform

ଆରପାରିରେ ଖଳନାୟକ ଚକ୍ରଧର ଜେନା…

ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା । ଓଡ଼ିଆ କଳାଜଗତରେ ସେ ସମସ୍ତଙ୍କର ପ୍ରିୟ ଚକରା ଭାଇ ଭାବେ ପରିଚିତ ଥିଲେ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ହେବ ଲଙ୍ଗସ ଜନିତ ରୋଗ ସହ ମଧୁମେହ ପୀଡିତ ଥିବାବେଳେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ |ହେଲେ ତାଙ୍କର ସୋମବାର ଦିନ ଦେହାନ୍ତ ହୋଇଥିଲା। ଏନେଇ ଏହି ଦୁଖଦ ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ମୃତ୍ୟୁକୁ ନେଇ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଚକ୍ରଧର ଜେନା ଜଣେ ସୁପରିଚିତ କଳାକାର ଥିଲେ । ସେ ବହୁ ସିନେମାରେ ଅଭିନୟ କରିଛନ୍ତି । କେବଳ ଓଡ଼ିଆ ସିନେମା ନୁହେଁ ବଲିଉଡ୍ ଓ ହଲିଉଡ୍‌ରେ ବି ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଓଡ଼ିଆ ମଞ୍ଚ ନାଟକ, ଧାରାବାହିକ, ଚଳଚ୍ଚିତ୍ର ସହ ହିନ୍ଦୀ ଚଳଚ୍ଚିତ୍ର, ଧାରାବାହିକ, ଏପରିକି ଇଂରାଜୀ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ । ଗରୀବ ପରିବାରରେ ଅଭାବ ଅନଟନ ଭିତରେ ମଧ୍ୟ ସେ କଳା ପ୍ରତି ନିଜ ଜୀବନକୁ ସମର୍ପିତ କରି ଦେଇଥିଲେ । ନିଜକୁ ଭଲ କଳାକାର ଭାବେ ଘଡ଼ିବା ପାଇଁ ସେ ନୁଆଦିଲ୍ଲୀର ଜାତୀୟ ନାଟ୍ୟ କଳାକାରର ବିଦ୍ୟାଳୟରେ (ଏନ୍‌ଏସ୍‌ଡି) ପଡ଼ିଥିଲେ | ୧୯୮୩ ମସିହାରେ ଏନ୍‌ଏସ୍‌ଡିରୁ ପାସ୍‌ କରିବା ପରେ ସେ ଅଭିନୟ ଜଗତରେ ପାଦ ରଖିଥିଲେ ।

ଖାଲି ଓଡ଼ିଆ ଜଗତରେ ନୁହେଁ ସେ ହଲିଉଡ୍ ରେ ମଧ୍ୟ ନିଜ ପରିଚୟ ବଣାଇଥିଲେ | ଚକ୍ରଧର ଜେନା ଦୁଇଟି ହଲିଉଡ଼ ସିନେମାରେ ଅଭିନୟ କରିଥିଲେ ।ଗୋଟିଏ ହେଲା ‘ସିଟି ଅଫ୍ ଜୟ’ ଅନ୍ୟଟି ‘ଇଲେକ୍ଟ୍ରିକ୍ ମୁନ’ରେ ଅଭିନୟ କରି ଓଡ଼ିଆଙ୍କ ପାଇଁ ଗର୍ବର କାରଣ ପାଲଟିଥିଲେ । ସେ ‘ସିଟି ଅଫ୍‌ ଜୟ’ରେ ମେହବୁବ୍‌ ନାମକ ଏକ ମୁସଲମାନ ଚରିତ୍ରରେ ଅଭିନୟ କରିଥିଲେ । ଏବଂ ହିନ୍ଦୀ ସିରିଏଲରେ ମଧ୍ୟ ଅଭିନୟ କରିଥିଲେ | ପ୍ରଶାନ୍ତ ନନ୍ଦଙ୍କ ସିରିଏଲ ଅନ୍ତର୍ଦାହରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ଓଡ଼ିଆ ସସିନେମା ଥିଲା ପଥର ଖସିଲା ବଡ଼ ଦେଉଳୁ |ଏହାପରେ ସେ ଏକାଧିକ ଓଡ଼ିଆ ସିନେମା ଓ ଧାରାବାହିକରେ ଅଭିନୟ କରିଥିଲେ । ବିଶେଷ କରି ଖଳନାୟକ ଭୂମିକାରେ ତାଙ୍କୁ ଅଧିକ ଦେଖିବାକୁ ମିଳୁଥିଲା । କେବଳ ଖଳନାୟକ ନୁହେଁ, ଚରିତ୍ର ଅଭିନୟ ସହ ଅନ୍ୟ ଭୂମିକାରେ ଅଭିନୟ କରି ସେ ଓଡ଼ିଆ ଦର୍ଶକଙ୍କର ପ୍ରିୟ ହୋଇଥିଲେ । ସେ ଜଣେ ଭଲ କଳାକାର ହେବ ସହ ଏକ ଭଲ ମଣିଷ ଭାବରେ ମଧ୍ୟ ପରିଚିତ ଥିଲେ | ତାଙ୍କର ଅଭିନୟ ସଭିଙ୍କ ମାଙ୍କୁ ମୁଗ୍ଧ କରିଦେଉଥିଲା | ତାଙ୍କ ବିୟୋଗରେ ଓଡ଼ିଆ ସିନେମାର ଅପୂରଣୀୟ କ୍ଷତି ହୋଇଛି ।

Leave a Reply

Your email address will not be published. Required fields are marked *