Pratidin TV

Odisha's Digital News Platform

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼ , ହୋଇପାରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ..

ବିଜେଡି ର ବରିଷ୍ଠ ନେତା ମାନକୁ ନବୀନ ନିବାସରୁ ଆସିଲା ଡାକରା । ହେବାକୁ ଯାଉଛି କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଯେଉଁଥିପାଇଁ ନବୀନ ନିବାସରେ ପହଞ୍ଚି ସାରିଛନ୍ତି ବିଜେଡି ର ବରିଷ୍ଠ ନେତାମାନେ । ନବୀନ ନିବାସରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରତାପ ଦେବ, କଳିକେଶ ସିଂହଦେଓ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ଅନେକ ବରିଷ୍ଠ ନେତା ମାନେ ଉପସ୍ଥିତ ଅଛନ୍ତି । ସେହିପରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି।

ମୁଖ୍ୟମନ୍ତ୍ରୀ ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ଜୁନ୍‌ ୫ରେ ନବୀନ ନିବାସରେ ତାଙ୍କୁ ଦଳର ନବନିର୍ବାଚିତ ବିଧାୟକମାନେ ସାକ୍ଷାତ କରିଥିଲେ। ତେବେ ଏହି ସାକ୍ଷାତ ସମୟରେ ପାଣ୍ଡିଆନ୍‌ ଉପସ୍ଥିତ ନଥିଲେ।

Leave a Reply

Your email address will not be published. Required fields are marked *