Pratidin TV

Odisha's Digital News Platform

ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ ଅସୁସ୍ଥ ,ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସ ମେଡିକାଲରେ ଭର୍ତ୍ତି

1 min read

ବରିଷ୍ଠ ବିଜେପି ନେତା ଏଲକେ ଆଡ଼ଭାନୀ ଅସୁସ୍ଥ | ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସ ହସ୍ପିଟାଲରେ ହେଲେ ଭର୍ତ୍ତି | ବୟସଜନିତ ସମସ୍ୟା ନେଇ ଅସୁସ୍ଥ ହୋଇଥିବା ଜଣାପଡିଛି | ସ୍ଥ୍ଯବସ୍ଥା ବିଗିଡ଼ିବାରୁ ଗତକାଲି ତାଙ୍କୁ ଏମସରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ଯ ବିଶେଷଜ୍ଞମାନେ ତାଙ୍କ ସ୍ବାସ୍ଥ୍ଯବସ୍ଥାକୁ ଅହରହ ଯାଞ୍ଚ କରୁଛନ୍ତି ।

୯୬ ବର୍ଷୀୟ ଆଡ଼ଭାନୀ ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇ ପଡ଼ି ଏମସରେ ଭର୍ତ୍ତି ହୋଇଥିଲେ | ତେବେ ବର୍ତ୍ତମାନ ଆଡ଼ଭାନୀଙ୍କୁ ଏମସର ଜେରିଆଟ୍ରିକ ବିଭାଗରେ ଡାକ୍ତରଙ୍କ ତତ୍ୱାବଧାନରେ ଚିକିତ୍ସା କରାଯାଉଛି | ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ସହ ଉନ୍ନତି ହେବା ନେଇ ଡାକ୍ତର ପକ୍ଷରୁ ସୂଚନା ମିଳିଛି | ଅନ୍ୟପଟେ ବୟସ ଜନିତ ସମସ୍ୟାକୁ ଦୃଷ୍ଟିରେ ରହି ସତର୍କତାମୂଳକ ଭାବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି |

Advertisement

ନଭେମ୍ବର ୮ ତାରିଖ ୧୯୨୭ ମସିହାରେ ପାକିସ୍ତାନର କରାଚୀରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୭୦ରେ ପ୍ରଥମଥର ଲାଗି ଦିଲ୍ଲୀରୁ ସଂସଦର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଆଡଭାନୀ। ସେ ଲୋକସଭାକୁ ୫ ଥର ଓ•ରାଜ୍ୟସଭାରେ ୪ ଥର ସାଂସଦ ଭାବେ କାର୍ଯ୍ୟ ତୁଲାଇଛନ୍ତି। ୨୦୦୨ ଜୁନରୁ ୨୦୦୪ ମସିହା ମେ’ ମାସ ପର୍ଯ୍ୟନ୍ତ ସେ ଉପପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ତାଙ୍କର ସଂସଦୀୟ କାର୍ଯ୍ୟ ସର୍ବଦା ଅନୁକରଣୀୟ ଏବଂ ସମୃଦ୍ଧିରେ ଭରପୁର ରହିଛି। ୩ ଥର ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ପଦରେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି। ଚଳିତବର୍ଷ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଛି ।

Leave a Reply

Your email address will not be published. Required fields are marked *