Pratidin TV

Odisha's Digital News Platform

କାର୍ଯ୍ୟକାଳ ସରିବା ପୂର୍ବରୁ ଅବସର ନେଲେ ବରିଷ୍ଠ IPS ଅଫିସର ଅରୁଣ ଷଡଙ୍ଗୀ ।

1 min read

ଭୁବନେଶ୍ୱର ; ଚାକିରୀ ର ୧୦ମାସ ପୂର୍ବରୁ ସ୍ବେଛାକୃତ ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡଙ୍ଗୀ। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଟ୍ରେନିଂ ଏକାଡେମୀରେ ଅବସର ବା ବିଦାୟ କାଳୀନ ସମାରୋହ ର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଅରୁଣ ଷଡଙ୍ଗୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପୋଲିସ ଏକାଡେ଼ମୀରେ ଥିବା ଟ୍ରେନି ମାନଙ୍କ ଦ୍ବାରା ପ୍ୟାରେଡ ଆୟୋଜନ ହୋଇଥିଲା। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ରେ ଥିଲେ। ଏଥି ସହିତ ସ୍ବତନ୍ତ୍ର DG ଟ୍ରେନିଂ ଦାୟିତ୍ବରେ ରହିଥିଲେ। ଗତ ସାଧାରଣ ନିର୍ବାଚନ ରେ DG In-charge ଥିଲେ। ଅବସର ପରେ ସେ OPSC ଚେୟରମ୍ୟାନ ଭାବେ ଦାୟିତ୍ବ ଗ୍ରହଣ କରିବେ। ଏଥି ସହିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀର ନିର୍ଦେଶକ ଭାବେ ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *