Pratidin TV

Odisha's Digital News Platform

ଚାକିରୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଲେ ବି.ରାଧୀକା , ଅନୁମତି ଦେଲେ ରାଜ୍ୟ ସରକାର …

1 min read

ଚାକିରୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଲେ ବି.ରାଧୀକା । ଆଜି ଅପରାହ୍ନରେ ସେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏବେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ବି.ରାଧିକା । ତାହା ସହିତ ସେ ଫରେନସିକ୍ ଲାବୋରେଟୋରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ଚଳିତବର୍ଷ ଜୁଲାଇ ମାସରେ ଆଇପିଏସ୍ ବି. ରାଧିକାଙ୍କୁ ୬୦ବର୍ଷ ବୟସ ପୂରଣ ହେବାକୁ ଯାଉଛି ତେଣୁ ସେ ଚାକିରିରୁ ଅବସର ନେଉଛନ୍ତି ।

ସୂଚନାନସାରେ ୧୯୮୯ ବ୍ୟାଚର ଆଇପିଏସ୍ ଅଟନ୍ତି ବି.ରାଧିକା । ରାଧିକା କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ନଭେମ୍ବର ୨୮ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ଏହାପରେ ସେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ୨୦୨୩ ଡିସେମ୍ବର ୩୧ ଓ ଚଳିତବର୍ଷ ଜାନୁୟାରୀ ୧୧ ତାରିଖରେ ଦୁଇଥର ଆବେଦନ କରିଥିଲେ । ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଜଣେ ସର୍ବଭାରତୀୟ ଅଫିସରଙ୍କୁ ନିଜ ଚାକିରି କାଳର ୩୦ବର୍ଷ ପୂରଣ ଅବା ସେ ୫୦ବର୍ଷ ବୟସରେ ଉପନୀତ ହେବାର ଆବଶ୍ୟକତା ରହିଥିବାବେଳେ ରାଜ୍ୟ ସରକାରଙ୍କୁ ଅତିକମରେ ୩ମାସ ପୂର୍ବରୁ ଲିଖିତ ଭାବେ ଆବେଦନ ଦେବାର ଆବଶ୍ୟକତା ରହିଛି । ତେବେ ରାଜ୍ୟ ସରକାରଙ୍କ ପାଖରେ ଏହି ୩ମାସ ଅବଧିକୁ କୋହଳ କରିବାର କ୍ଷମତା ଥିବାରୁ ସରକାର ରାଧିକାଙ୍କ କ୍ଷେତ୍ରରେ ୩ ମାସର ପ୍ରାବଧନକୁ କୋହଳ କରିଛନ୍ତି । ପୂର୍ବରୁ ବି.ରାଧିକା SFSLର ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ସହିତ ପୋଲିସ୍ ନିଯୁକ୍ତି ବୋର୍ଡର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ ତୁଲାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *