Pratidin TV

Odisha's Digital News Platform

ବରିଷ୍ଠ ରାଜନେତା ତଥା ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ

1 min read

ପରଲୋକରେ ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ଧନେଶ୍ୱର ମାଝୀ । ୮୩ ବର୍ଷ ବୟସରେ ବୁଜିଲେ ଆଖି । କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କନକବ୍ୟୁରୋ:ବରିଷ୍ଠ ରାଜନେତା ୫ଥର ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଧନେଶ୍ବର ମାଝୀଙ୍କ ପରଲୋକ । ପୂର୍ବତନ ରାଜ୍ୟସଭା ସାଂସଦ ଧନେଶ୍ବର ମାଝୀଙ୍କ ଆଜି ସକାଳୁ ଆଖି ବୁଜିଛନ୍ତି | କଳାହାଣ୍ଡି ଜିଲ୍ଲାର କେସିଙ୍ଗା ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |

୧୯୪୧ ମସିହା ଜୁଲାଇ ୫ ତାରିଖରେ ଧନେଶ୍ୱର ମାଝୀଙ୍କ ଜନ୍ମ | ପରେ ପରେ ଛାତ୍ର ଜୀବନରୁ ଧନେଶ୍ୱର ମାଝୀଙ୍କ ରାଜନୀତି ଉପରେ ଥିଲା ଆଗ୍ରହ | ଯାହାକି ଜନତା ଦଳରେ ମିଶିବାକୁ ବାଧ୍ୟ କରିଥିଲା | ଧନେଶ୍ୱର ୧୯୭୮ରୁ ୧୯୮୪ମସିହା ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ନର୍ଲା ଓ କେସିଙ୍ଗାରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୧, ୧୯୭୪, ୨୦୦୦, ୨୦୦୪ ଓ ୨୦୧୪ ନିର୍ବାଚନରେ ସେ ବିଜୟୀ ହୋଇଥିଲେ।

Advertisement

Leave a Reply

Your email address will not be published. Required fields are marked *