Pratidin TV

Odisha's Digital News Platform

ନରାଜଠାରେ ସିରିଜ୍‌ ଦୁର୍ଘଟଣା ମାମଲା, ଗିରଫ ହେଲେ ପୋଲିସ ବାବୁ

1 min read

ରବିବାର କଟକ ନରାଜ ଠାରେ ଘଟିଥିବା ସିରିଜ ଦୁର୍ଘଟଣାରେ କନେଷ୍ଟବଳ ଜୟନ୍ତ କୁମାର ସେଠି ଗିରଫ ହୋଇଛନ୍ତି | କନେଷ୍ଟବଳଙ୍କୁ ଗିରଫ କଲା CDA ଫେଜ ୨ ର ଥାନା ପୋଲିସ | ଗିରଫ ଅଧିକାରୀ ଓଡିଶା ଷ୍ଟାଫ ଆର୍ମି ଫୋର୍ସର ଷଷ୍ଠ ବାଟାଲିଆନ କର୍ମଚାରୀ |

ସୂଚନା ଅନୁସାରେ, ରବିବାର ୨ଟି ବାଇକ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା ଅଧିକାରୀଙ୍କ କାର | ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ମେଡିକାଲ ଚିକିତ୍ସିତ ହେଉଛନ୍ତି | ତେବେ ପୋଲିସ ଅଧିକାରୀ ଜଣକ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା କଥା ବୟାନ କରିଛନ୍ତି | କାର ଭିତରେ ମୋଟ ୩ ଜଣ ଥିଲେ | କାରରୁ ଏକାଧିକ ମଦ ଜବତ ହୋଇଥିଲା | ତେଣୁ କାହିଁକି ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲେ ତାହା ପଚରାଉଚୁରା କରୁଛି ପୋଲିସ | ତେବେ ଏତେ ମଦ ନିଶାରେ ବୁଡି ଯାଥିଲେ ପୋଲିସ କି ତାଙ୍କୁ ଦିଶୁନଥିଲା ରାସ୍ତା | ଯାହାଫଳରେ ୩ ଜଣଙ୍କୁ ଧକ୍କା ଦେଇଛି |

Advertisement

Leave a Reply

Your email address will not be published. Required fields are marked *