Pratidin TV

Odisha's Digital News Platform

ଖାକିରେ ଲାଗିଲା ଦାଗ : ମହିଳାଙ୍କୁ ଅସଦାଚରଣ କରି କଟୁରୀ ଚୋଟ ଖାଇଲେ ହୋମର୍ଗାଡ

1 min read

ବାଲେଶ୍ୱର : ଖାକିରେ ଲାଗିଲା ଦାଗ ।ଘରେ କେହି ନଥିବା ବେଳେ ବିଧବା ମହିଳା ଙ୍କୁ ଏକୁଟିଆ ପାଇ ଖଇରା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଅସାଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ଆସିଛି । ସୂଚନା ଅନୁ୍‌ଯାୟୀ ବାଲେଶ୍ଵର ଜିଲ୍ଲା ଖଇରା ଥାନା କଇଁ ଥ ଗଡ଼ିଆ ଅଞ୍ଚଳରେ ମାୟାଧର ମଲ୍ଲିକ ଙ୍କର ବିଧବା ପତ୍ନୀ ଘରେ ଏକୁଟିଆ ରୁହନ୍ତି । ଠିକ୍ ଏହି ସମୟରେ ଘରକୁ ଆସିଥିଲେ ଖଇରା ଥାନାରେ କାର୍ଯ୍ୟରତ ଗୃହରଖି ପୂର୍ଣ୍ଣ ଚନ୍ଦ୍ର ଦାସ । ବାହାନା କରି ମାୟାଧର ମଲ୍ଲିକଙ୍କ ବିଧବା ପତ୍ନୀଙ୍କୁ ବିଧବା ଭର୍ତ୍ତା ଫର୍ମ ଦେଖାଇବାକୁ କହିଥିଲେ ।

ଏହାପରେ ବିଧବା ମହିଳା ଜଣଙ୍କ ଭର୍ତ୍ତା ଫର୍ମ ଆଣିବାକୁ ଘରକୁ ଯାଇଥିବା ସମୟରେ ପୂର୍ଣ୍ଣଚନ୍ଦ୍ର ମଧ୍ୟ ତାଙ୍କ ପଛେପଛେ ଘରକୁ ଯାଇ ଭିତରୁ ପଠୁ କବାଟ ଦେଇ ବିଧବା ମହିଳା ଜଣଙ୍କୁ ପଛପଟୁ କୁଣ୍ଢାଇ ଧରିନେଇଥିଲେ । କୌଣସି ଉପାୟ ନପାଇ ବିଧବା ମହିଳା ଜଣଙ୍କ କିଛିି ବାହନା କରି ଘର ଭିତରେ ଥିବା କଟୁରି ଆଣି ପୂର୍ଣ୍ଣଚନ୍ଦ୍ରଙ୍କ ଉପରକୁ ଆକ୍ରମଣ କରିଥିଲେ ।ଏଥିରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇ ସେଠାରେ ନିଜର ପ୍ୟାଣ୍ଟ, ଟୋପି ଜୋତା ଓ ନିଜର ବାଇକ ଛାଡି ଦୌଡ଼ି ପଳାଇ ଆସିଥିଲେ ।ମହିଳା ଜଣଙ୍କ ଖଇରା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କଟୁରି ମାଡ଼ ରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇ ମେଡ଼ିକାଲ ଚିକିତ୍ସିତ ହେଉଥିବା ନେଇ ପରିବାର ନିକଟରେ ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *