Pratidin TV

Odisha's Digital News Platform

କାଳବୈଶାଖୀର ତାଣ୍ଡବରେ ଉଡ଼ିଗଲା ଟିଣ ଛପର, ନଷ୍ଟ ହୋଇଗଲା ଦାନ ଚାଉଳ, ଅଳ୍ପକେ ବଞ୍ଚିଗଲେ ପରିବାର ଲୋକେ

1 min read

ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ | କାଳବୈଶାଖୀ ଯୋଗୁଁ ଗଛ ଭାଙ୍ଗିବା ସହ ଉଡିଯାଇଛି ଚାଳ ଛପର | (ଏପ୍ରିଲ ୨୧)ଗତକାଲି ସନ୍ଧ୍ୟା ସମୟରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତର ସାନ ଘଡାଗାଟି ଗ୍ରାମରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ପ୍ରବଳ ପବନ ହୋଇଥିଲା। ତେବେ ୩ଟି ପରିବାର ଘରର ଚାଳ ଛପର ଉଡିଯିବା ସହ ଖାଇବା ଏବଂ ଜିନିଷପତ୍ର ହୋଇଯାଇଛି ନଷ୍ଟ |

ତେବେ କାଳବୈଶାଖୀର ତାଣ୍ଡବ ପବନ ତାଣ୍ଡବଲୀଳାରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତର ସାନ ଘଡାଗାଟି ଗ୍ରାମର ତିନଟି ପରିବାରର ଘରର ଚାଳ ଛପର ଉଡିଯିବା ସହ ଦାନ ମାଣ୍ଡିଆ, ଚାଉଳ, ଘରେଇ ଜିନିଷପତ୍ର ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା |

Advertisement

ଦାମ କୁଳସିକା ସହ ସ୍ତ୍ରୀ ସବିତା ମିଶି ଋଣ କରି ଆଶା ବାନ୍ଦୀ ଘର ଖଣ୍ଡିଏ ବାନ୍ଧିଥିଲେ ।କିନ୍ତୁ ଗତ କାଲି କାଳବୈଶାଖୀର ତାଣ୍ଡବର ବର୍ଷା ପବନ ସବୁ ସ୍ୱପ୍ନ ଧୂଳିସାତ କରି ଉଡାଇ ନେଇଗଲା ।ବର୍ତ୍ତମାନ ସେ କିପରି ଲୋନ ସୁଝିବେ ଏନେଇ ଚିନ୍ତା ଗ୍ରସ୍ତ ହୋଇପଡିଛିନ୍ତି ପରିବାର। ସେହିଭଳି ଉକ୍ତ ଗ୍ରାମର ରାବାଜି ହୁଈକା, ରାଜେଶ କୁଳସିକାଙ୍କ ଘର ଭିତରକୁ ପାଣି ପଶିବା ସହ ଛପର ଉଡିଯାଇଥିବା ଦେଖିବାକୁ ମିଳିଛି।ଏହି ବର୍ଷା ପବନ ଯୋଗୁଁ କିଛି ସ୍ଥାନରେ ଗଛ ଉପୁଡି ପଡିବା ସହ କଲ୍ୟାଣସିଂହପୁର ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ପୁରାପୁରି ବିଛିନ୍ନ ହୋଇପଡିଛି ।

Leave a Reply

Your email address will not be published. Required fields are marked *