Pratidin TV

Odisha's Digital News Platform

ଛତିଶଗଡରେ ବଡ ଧରଣର ଏନକାଉଣ୍ଟର ; ୭ ମାଓବାଦୀ ମୃତ , ୩ ଯବାନ ଗୁରୁତର ଆହତ ….

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୭ ଜଣ ମାଓବାଦୀ ନିହତ ହୋଇଥିବାବେଳେ, ୩ଜଣ ଡିଆରଜି ଯବାନ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଶୁକ୍ରବାର ନାରାୟଣପୁରରେ ବିଏସଏଫ୍ କ୍ୟାମ୍ପ ଉପରକୁ ପ୍ରଥମେ ରକେର୍ଡମାଡ କରିଥିଲେ ମାଓବାଦୀ । ଏହାପରେ ସେନା ପକ୍ଷରୁ ପାଲଟା ଯବାବରେ ଛତ୍ରଭଙ୍ଗ କରିଥିଲେ ମାଓବାଦୀ । ରାତି ପ୍ରାୟ ୩ ଟା ସମୟରେ ଅର୍ଚା ଅଞ୍ଚଳର ଗୋବେଲ ଏବଂ ଥୁଲଥୁଲି ଗ୍ରାମ ନିକଟ ଏକ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିଲା ଯେଉଁଠାରେ ସୁରକ୍ଷାକର୍ମୀ ଙ୍କ ମିଳିତ ଦଳ ମାଓବସୀ ଉପରକୁ ଆକ୍ରମଣ କରିଥିଲେ । ଏହି ଅପରେସନରେ ନାରାୟଣପୁର,କୋଣ୍ଡାଗାଓନ୍‌, ଡାଣ୍ଟେୱାଡା ଏବଂ ବସ୍ତର ଜିଲ୍ଲାର ପୋଲିସ ରିଜର୍ଭ ଗାର୍ଡର କର୍ମଚାରୀ ଏବଂ ଇଣ୍ଡୋ –ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ର ୪୫ ତମ ବାଟାଲିୟନ ସମ୍ପୃକ୍ତ ଥିବ । ସେ କହିଛନ୍ତି ।

ଦୀର୍ଘ ସମୟ ଧରି ଉଭୟ ପକ୍ଷ ପକ୍ଷରୁ ଗୁଳିବିନିମୟ ଜାରି ରହିଥିଲା । ଯେଉଁଥିରେ ୭ ମାଓବାଦୀ ନିହତ ହୋଇଥିବା ବେଳେ ୩ ସୁରକ୍ଷାକର୍ମୀ ମାନେ ମଧ୍ୟ ଗୁରିତର ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ସର୍ଚ୍ଚ ଅପରେଶନ ବର୍ତ୍ତମାନ ସୁଦ୍ଧା ଲାଗିରହିଛି ।

Leave a Reply

Your email address will not be published. Required fields are marked *