Pratidin TV

Odisha's Digital News Platform

ସମ୍ବଲପୁରରେ ବଳ ଗୋଟାଉଛି ବିଜେପି, କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତରେ ବିଜେଡି ଓ କଂଗ୍ରେସ ଛାଡି ପଦ୍ମ ଧରିଲେ ନେତା…

1 min read

ସମ୍ବଲପୁରରେ ବିଜେଡି କୁ ମାତ ଦେବାପାଇଁ ବଳ ଗୋଟାଉଛି ବିଜେପି,। ବିଜେଡି ଏବଂ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗଦେବା ସହ ଜିଲ୍ଲାର ବିଭିନ୍ନ ଶୈବ ମନ୍ଦିରରେ ଶୀତଳଷଷ୍ଠୀର ଆଦ୍ୟପର୍ବ ‘ଥାଳଉଠା’ ଏବଂ ପର୍ଶୁରାମ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଦେବଗଡ ଜିଲ୍ଲାର ସରପଞ୍ଚ ସଂଘର ସଭାପତି, ବରିଷ୍ଠ ବିଜେଡି ନେତା ସତ୍ୟ ନାରାୟଣ ପାଣି, ବିଜେଡି ନେତା ଦୀପେନ୍ଦ୍ର ପଟେଲଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ, ସମାଜସେବୀମାନେ ଯୋଗଦେଇଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ସମେତ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକପ୍ରିୟତା କ୍ରମାଗତ ଭାବରେ ବଢିବାରେ ଲାଗିଛି । ଆଜିର ମିଶ୍ରଣ ପର୍ବ କେବଳ ସମ୍ବଲପୁର ନୁହେଁ ବରଂ ରାଜ୍ୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ କରିବାରେ ସହାୟକ ହେବ । ନିକଟରେ ବିଜେପିର ସଂକଳ୍ପ ପତ୍ର ଜାରି କରାଯାଇଛି । ରାଜ୍ୟରେ ବିଜେପି ସରକାର ଆସିଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ସବୁ ଚାଷ ଜମି ଜଳସେଚନ ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଅପରପକ୍ଷରେ ଯେଉଁମାନେ ଦୀର୍ଘ ସମୟ ଧରି ଶାସନରେ ରହିଲେ, ସେମାନେ କିଛି କାମ କରିନାହାନ୍ତି । ଏହାର ପ୍ରତିବାଦ ସ୍ୱରୂପ ଓଡ଼ିଶାରେ ବିଜେଡି ସରକାର ବଦଳାଇ ବିଜେପି ସରକାର କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ସେ ପରାମର୍ଶ ଦେଇଥିଲେ । ଏହା ପୂର୍ବରୁ ଶ୍ରୀ ପ୍ରଧାନ ମା’ସମଲେଶ୍ୱରୀ ମନ୍ଦିର ସମ୍ମୁଖରେ ଏକ ବିଜେପି କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *