(ଭିଡିଓ)ଆସାମରେ କୁଆପଥର ବର୍ଷା : ଭାଙ୍ଗିଲା ୨୧୦ ଘର , ୧୮ ହଜାରରୁ ଉର୍ଦ୍ଧ ପ୍ରଭାବିତ
1 min readଆସାମ : ଆସାମରେ କୁଆପଥର ମାଡ । ଫଳରେ ୧୩୨ ଗାଁର ୧୮ ହଜାର ଲୋକେ ପ୍ରଭାବିତ । ୨୧୦ ରୁ ଅଧିକ ଘର ଭାଙ୍ଗି ଯାଇଥିବା ଜଣାପଡିଛି । ଉପର ଆସାମର ତିନସୁକିଆ ଏବଂ ଦିବ୍ରୁଗଡ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ କୁଆପଥର ମାଡରେ ୨୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଅନେକ ଏକର ଫସଲର ନଷ୍ଟ ବିଷୟରେ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।
ଆସାମର ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତିର ଆକଳନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ସୋମବାର ରାତି ଏବଂ ମଙ୍ଗଳବାର ସକାଳେ ଉପର ଆସାମର ଦିବ୍ରୁଗଡ ଏବଂ ତିନୁସୁକିଆ ଜିଲାରେ କୁଆପଥର ମାଡ ହୋଇଥିଲା । ଏହାଦ୍ୱାରା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମୋରାନ ସବ-ଡିଭିଜନର ପ୍ରାଥମିକ ଆକଳନ ଅନୁଯାୟୀ ୩୭ ଟି ଗାଁର ୨୧୦ ଟି ଘର ନଷ୍ଟ ହୋଇଯାଇଛି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ ପ୍ରବଳ କୁଆପଥର ମାଡ ଯୋଗୁଁ ମୋରାନ ଏବଂ ତିଙ୍ଗଖୋଙ୍ଗ ରାଜସ୍ୱ ବିଭାଗ ଅଧୀନରେ ଥିବା ଅନେକ ଘର ନଷ୍ଟ ହୋଇଯାଇଛି । ମୋଟ ୧୩୨ ଗାଁର ୧୮ ହଜାର ଲୋକେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । କ୍ଷୟକ୍ଷତିର ବିସ୍ତୃତ ମୂଲ୍ୟାଙ୍କନ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ପ୍ରଭାବିତ ସମସ୍ତଙ୍କୁ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ ।