Pratidin TV

Odisha's Digital News Platform

ମଝି ଆକାଶରେ ଦୋହଲିଲା ବିମାନ , ଆହତ ହେଲେ ୭ ଯାତ୍ରୀ ..

1 min read

ମଝି ଆକାଶରେ ଉଡୁଥିଲା ବିମାନ । ବିମାନରେ ଥିଲେ ଅନେକ ଯାତ୍ରୀ । ଠିକ ଏହି ସମୟରେ ଦୋହଲିଲା ବିମାନ  ।  ବିମାନରେ ହେଲା କମ୍ପନ। ସିଙ୍ଗାପୁରରୁ ଚାଇନାର ଗୁଆଙ୍ଗଜୋ ସହରକୁ ଯାଉଥିବା ଏକ ବିମାନ ମଝି ଆକାଶରେ ଟର୍ବୁଲାନ୍ସର ଶିକାର ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି।  ତେବେ ଏଥିରେ ୭ ଜଣ ଆହତ ହୋଇଛନ୍ତି। ବୋଇଂ  787-9 ଡ୍ରିମଲାଇନର୍‌ ଯାନ୍ତ୍ରିକ ତ୍ରୁଟି ହେତୁ ମଝି ଆକାଶରେ ଦୋହଲିଥିବା ସୂଚନା ମିଳିଛି  । 

ଏହି କାରଣରୁ ବିମାନରେ ୭ ଜଣ ଆହତ ହୋଇଥିଲେ। ତେବେ ଆହତଙ୍କ ମଧ୍ୟରେ ତିନି ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ । ତେବେ ଆହତମାନଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି  ।  ଏନେଇ ବିମାନ କମ୍ପାନୀ ସ୍କୁଟ କହିଛି ଯେ, ବିମାନଟି ଶୁକ୍ରବାର ସକାଳେ ଗୁଆଙ୍ଗଜୋରେ ପହଞ୍ଚିବା ପରେ ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ସାମ୍ନାକୁ ଆସିଥିଲା। ସୂଚନା ମୁତାବକ, ବୋଇଂ ୭୮୭-୯ ଡ୍ରିମଲାଇନର୍‌ ବିମାନ ଭୋର ୫ଟା ୪୫ରୁ ଉଡ଼ାଣ ମରିଥିଲା। ତେବେ ସକାଳ ୯ଟା ୧୦ରେ ଏହା ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା। ଗୁଆଙ୍ଗଜୋ ବିମାନ ବନ୍ଦରରେ ପହଞ୍ଚିବା ପରେ ୪ଜଣ ଯାତ୍ରୀ ଏବଂ ୩ଜଣ କ୍ରୁ ସଦସ୍ୟ ଆହତ ହୋଇଥିବା ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *