Pratidin TV

Odisha's Digital News Platform

ଭଡାଘରେ ଚାଲିଥିଲା ଦେହ ବେପାର , ପୋଲିସକୁ ଦେଖି ଚମ୍ପଟ ମାରିଲା ରାଣୀ ମହୁମାଛି..

1 min read

ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍ । ଆଇ ସେହି ଭଡା ଘର ଭିତରେ ମେଲାଇଥିଲେ ଦେହ ବେପାରର ପସରା । ସୁନ୍ଦରୀ ଯୁବତୀ ମାନେ ଦେଉଥିଲେ ଦେହର ସୁଖ । ଯେଉଁଥିପାଇଁ ଲାଗୁଥିଲା ଗ୍ରାହକଙ୍କ ଭିଡ । ସଞ୍ଜ ନଇଁ ଆସିଲେ ଭଡ଼ା ଘରେ ଲାଗୁଥିଲା ଗ୍ରାହକଙ୍କ ପ୍ରବଳ ଭିଡ଼ । ତେବେ ଏ ବିଷୟରେ ଖବର ପାଇ ସେହି ଭଡା ଘରେ ପୁଲିସ୍ ଚଢ଼ଉ କରି ୪ ଯୁବତୀ ଙ୍କୁ ଉଦ୍ଧାର କରିବା ସହ ୪ଜଣ ଗ୍ରାହକଙ୍କୁ ଗିରଫ କରିଛି । ହେଲେ ଚମ୍ପଟ ମାରିଛନ୍ତି ରାଣୀ ମହୁମାଛି ଓ ତାଙ୍କ ପୁରୁଷ ବନ୍ଧୁ । ସୂଚନାନୁଯାୟୀ ବଲାଙ୍ଗିର ସହର ଖରସେଲପଡାରେ ମନୋଜ ବାରିକଙ୍କ ଭଡ଼ାଘର ଉପରେ ଗତରାତିରେ ଚଢ଼ାଉ କରି ବଲାଙ୍ଗିର ଟାଉନ୍ ପୋଲିସ ଅସଂଯତ ଅବସ୍ଥାରେ ଥିବା ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଯୁବକଙ୍କୁ ଗିରଫ୍ କରିଥିଲା । ଗିରଫ୍ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ବଲାଙ୍ଗିର ସହର ଖରସେଲପଡାର ଏକ ଭଡ଼ାଘରେ ସେକ୍ସ ରାକେଟ୍ ଚାଲିଥିବା ସୂଚନା ପାଇ ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଆଇ.ଆଇ. ସି. ବିଶ୍ୱଜିତ୍ ମୋନବୋଧା ଙ୍କ ସହ ଅନିତା
ପ୍ରଧାନଙ୍କ ନେତୃତ୍ୱରେ ଟାଉନ୍ ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚଢାଉରେ ୪ ଜଣ ଯୁବତୀ ଓ ୪ ଜଣ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ପୋଲିସ କାବୁ କରିଥିଲା । ସେକ୍ସ ରାକେଟ୍‌ର ରାଣୀ ମହୁମାଛି କୁହାଯାଉଥିବା ପାଟଣାଗଡ଼ର ସୁମୀ ନାମ୍ନୀ ଜଣେ ମହିଳା ଫେରାର ହୋଇଯାଇଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପାଟଣାଗଡ଼ ଉଲ୍‌ବା ନିବାସୀ ପ୍ରୀୟକାନ୍ତ ରାଉତ ଓ ପ୍ରୀତିଶ ଜ୍ୟୋତି, ବଲାଙ୍ଗିର ସହର ବରପାଲିପଡ଼ାର ବିକାଶ କୁମାର ପଟେଲ ଏବଂ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରର ରାଜ୍ ଓରଫ୍ ସେହେବାଜ ଅବ୍‌ଦୁଲ୍ଲା ।

Advertisement

ଏହାଛଡ଼ା ସେହି ଘରୁ ପୁଲିସ୍ ବିଭିନ୍ନ ପ୍ରକାର ଆପତ୍ତି ଜନକ ସାମଗ୍ରୀ ଜବତ କରିଥିଲା । ଅନେକ ଆପତ୍ତିଜନକ ସାମଗ୍ରୀ ସହ ୭ଟି ମୋବାଇଲ୍ ଫୋନ୍‌, ଗୋଟିଏ ମୋଟର ସାଇକେଲ, ନଗଦ ୨୨ ହଜାର ୧୪୦ ଟଙ୍କା, ବିଭିନ୍ନ ବ୍ରାଣ୍ଡର ଗୁଡ଼ାଏ ଖାଲି ମଦବୋତଲ, ସିଗାରେଟ୍‌, ମେନ୍‌ଫୋର୍ସ ଟାବ୍‌ଲେଟ୍ ଏବଂ ଅବ୍ୟବହୃତ କଣ୍ଡମ୍ ପୋଲିସ ଜବତ୍ କରିଛି । ତେବେ ସେକ୍ସ ରାକେଟ୍ ଅପରେଟ୍ କରାଉଥିବା ରାଣୀ ମହୁମାଛି ଚମ୍ପଟ ମାରିଛିି । ସେମାନଙ୍କୁ ଧରିବା ପାଇଁ ପୁଲିସ୍ ଉଦ୍ୟମ ଚଳାଇଛି । ଅନ୍ୟପକ୍ଷରେ ଟାଉନ୍ ଭିତରେ ସେକ୍ସ ରାକେଟ ଚଳାଇବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *