Pratidin TV

Odisha's Digital News Platform

କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ , ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର…

1 min read

କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ମାମଲା । ଉଚ୍ଚଶିକ୍ଷା ବିଭାଗ ପାଖରେ ପହଞ୍ଚିଲା ଅଭିଯୋଗ । ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସରକାର। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରେ ସେକ୍ସ ରାକେଟ୍ ମାମଲାକୁ ନେଇ ଉଚ୍ଚ ଶିକ୍ଷା ବିଭାଗ ଦେଇଥିବା ଅଭିଯୋଗ ଚିଠିରେ ଦର୍ଶାଯାଇଛି ଯେ, କଲେଜରେ ଗତ ଦୁଇ ବର୍ଷ ହେଲା କ୍ୟାମ୍ପସ ମଧ୍ୟରେ ରାତି ସମୟରେ ଏଭଳି ସେକ୍ସ୍ ରାକେଟ କାରବାର ଚାଲୁଛି । ଏହା ସହ କଲେଜରେ ଅନେକ ଦୁର୍ନୀତି ଏବଂ ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି । ଏନେଇ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । କେବଳ ଗଞ୍ଜାମ ନୁହେଁ ସାରା ରାଜ୍ୟରୁ ଅଧ୍ୟାପକ ଙ୍କ ବିରୋଧରେ ଏବେ ମାଳ ମାଳ ଅଭିଯୋଗ ଆସିଛି । କେଉଁଠି କଲେଜର ସାମଗ୍ରୀ କୁ ନେଇ ଦୁର୍ନୀତି ତ ଆଉ କେଉଁଠି କଲେଜରେ ଅଧ୍ୟାପକ ନିଯୁକ୍ତି ସମେତ ଆର୍ôଥକ କାରବାର କୁ ନେଇ ଦୁର୍ନୀତି ଅଭିଯୋଗ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

Advertisement

Leave a Reply

Your email address will not be published. Required fields are marked *