ମାଓ କ୍ୟାମ୍ପରେ ମହିଳାଙ୍କୁ ଦିଆଯାଉଛି ଯୌନ ନିର୍ଯ୍ୟାତନା , ଯନ୍ତ୍ରଣା ସହିନପାରି ମହିଳା ମାଓବାଦୀ କଲେ ଆତ୍ମସମର୍ପଣ …
1 min readଏବେ ମହିଳାଙ୍କୁ ସୁରକ୍ଷିତ ନୁହେଁ କ୍ୟାମ୍ପ । ମାଓ କ୍ୟାମ୍ପରେ ମହିଳାଙ୍କୁ ଦିଆଯାଉଛି ଯୌନ ନିର୍ଯ୍ୟାତନା । ଗରିବ ମହିଳା ମାନଙ୍କୁ ପ୍ରଲୋଭନ ଦେଖାଇ ମାଓ କ୍ୟାମ୍ପରେ ସାମିଲ କରୁଛନ୍ତି । ହେଲେ ପରେ ସେମାନଙ୍କୁ ସେଠାରେ ଯୌନଶୋଷଣ କରାଯାଉଛି । ଆଜି ସେହି ମାଓ କ୍ୟାମ୍ପରେ ହୋଇଥିବା ନିର୍ଯ୍ୟାତନାର କାହାଣୀ କହିଛନ୍ତି ଦୁଇ ମାଓବାଦୀ । ବନ୍ଧୁକ ଛାଡି ଶେଷରେ ଭଲ ବାଟ ଆପଣେଇଛନ୍ତି ମହିଳା । ଆଉ ସେହି ମାଓ କ୍ୟାମ୍ପରେ ବାହାରିବା ପରେ ନିଜର ଯନ୍ତ୍ରଣା ବଖାଣିଛନ୍ତି ଯାହାକୁ ଶୁଣିଲେ ଲୋମ ଟାଙ୍କୁରି ଉଠିବ ଦେହ ସିତେଇ ପଡିବ । ସୂଚନାନୁଯାୟୀ ୨ ଜଣ ହାର୍ଡକୋର ମହିଳା ମାଓବାଦୀଙ୍କ ଓଏ ଙ୍କ ସାମ୍ବାଦିକ ସମ୍ମିଳନୀରେ ଆତ୍ମସମର୍ପଣ କରିଛନ୍ତି । ବୌଦ୍ଧ ଜିଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମସମର୍ପଣ କରିଥିବା ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କୁ ସ୍ୱାଗତ କରିବା ସହ ସରକାରଙ୍କ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।
ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ ସମୟରେ ଏସପି ରାଜ ପ୍ରସାଦଙ୍କ ସମତେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଦୁଇ ହାର୍ଡକୋର ମାଓବାଦୀ ହେଲେ ୨୧ ବର୍ଷୀୟା ମନୀଷା ଥାଟି ଓ ୨୨ ବର୍ଷୀୟା ଚମ୍ପା କୋରାମ । ଦୁହେଁ ଛତିଶଗଡର ହୋଇଥିବା ବେଳେ କେକେବିଏନ୍ ଡିଭିଜନ ରେ ଯୋଗ ଦେଇଥିଲେ । ସେମାନେ ୨୦୧୮ ଠାରୁ ସିପିଆଇ (ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ . ଉଭୟ ଛତିଶଗଡ ଏବଂ ଓଡିଶା ରାଜ୍ୟରେ ଅନେକ ହିଂସା ଘଟଣାରେ ଜଡିତ ଥିଲେ । ମାଓବାଦୀ ସଂଗଠନରେ ମହିଳା କ୍ୟାଡରକୁ ଯୌନ ଉତ୍ପୀଡ଼ନ, ମିଥ୍ୟା ପ୍ରତିଶ୍ରୁତି , ସେ ମାନଙ୍କୁ ଭୟଭୀତ କରାଇବା ତଥା ପାଣ୍ଠି ଯୋଗାଇବା ଭଳି ଅନୈତିକ କାର୍ଯ୍ୟକଳା କରୁଥିବା ଯୋଗୁଁ ସେମାନେ ବିବ୍ରତ ଓ ନିରାଶ ହୋଇଯାଇଥିଲେ । ଶେଷରେ ସରକାରଙ୍କ ଆତ୍ମସମର୍ପଣ ଏବଂ ୁନଃ ଥଇଥାନ ଯୋଜନାରେ ଆକର୍ଷିତ ହେବା ସହ ସାଧାରଣ ଜୀବନଯାନ କରିବାକୁ ମନସ୍ଥ କରି ସେମାନେ ଆତ୍ମସମର୍ପଣ କରିଥିବା କହିଥିଲେ । ଅନ୍ୟପକ୍ଷରେ ଏବେ ମଧ୍ୟ ଯେଉଁମାନେ ମାଓବାଦୀ ସଂଗଠନରେ କାର୍ଯ୍ୟ କରୁଛନ୍ତି ସେମାନେ ଆତ୍ମସମର୍ପଣ କରି ସରକାରଙ୍କ ଯୋଜନାର ସୁଯୋଗ ନେବାକୁ ସାଉଥ ରେଞ୍ଜ ଓଏଚ ଓ ଝଚ ପରାମର୍ଶ ଦେଇଛନ୍ତି ।