Pratidin TV

Odisha's Digital News Platform

ମ୍ୟାଚ ଜିତିବା ପରେ ବି କାହିଁକି ପଡିଆ ମଝିରେ ହାତ ଯୋଡ଼ି କ୍ଷମା ମାଗିଲେ ଶାହରୁଖ ?

1 min read

ମିଳିସାରିଛି  ଆଇପିଏଲ ସିଜିନ୍ 17 ର ପ୍ରଥମ  ଫାଇନାଲିଷ୍ଟ । କ୍ୱାଲିଫାୟାର-୧ରେ ସନରାଇଜର୍ସ ହାଇଦ୍ରାବାଦକୁ  ହରାଇ  ଫାଇନାଳରେ ପ୍ରବେଶ କରିଛି KKR  । ଏହାପରେ KKR  ଖେଳାଳି ଙ୍କଠାରୁ ଆରମ୍ଭ କରି ଶାହରୁଖଙ୍କ  ଝିଅ ସୁହାନା ଏବଂ ସାନପୁଅ ଅବରାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଖୁସିରେ ବିଭୋର ହୋଇପଡିଛନ୍ତି । ହେଲେ ଠିକ ସେତିକି ବେଳେ ପଡିଆ ମଝିରେ ହାତଯୋଡ଼ି କ୍ଷମା ମାଗିଛନ୍ତି ଶାହରୁଖ।  ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ହେଲେ କାହିଁକି ଭୁଲ ମାଗିଲେ ଶାହରୁଖ ଏମିତି କି ଭୁଲ କଲେ ଯେ ପଡିଆ ମଝିରେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଭୁଲ ମାଗିବାକୁ ପଡିଲା ।

ସୂଚନା ଅନୁସାରେ, ଫାଇନାଲକୁ ଯିବା ଖୁସିରେ କିଙ୍ଗ ଖାନ୍ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ୍ ଦେଉଥିଲେ । ପଡ଼ିଆରେ ବୁଲି ସମସ୍ତ ଦର୍ଶକଙ୍କ ଅଭିବାଦନ କରିବା ବେଳେ ହଠାତ୍ ଆକାଶ, ପାର୍ଥିବ ଏବଂ ରାଇନାଙ୍କୁ ଭେଟିଥିଲେ ଶାହରୁଖ । ତେବେ ଫ୍ୟାନ୍ସମାନଙ୍କ ସହ ଝୁମିବା ବେଳେ ସେ କ୍ରିକେଟ ଶୋ’ କରୁଥିବା ପୂର୍ବତନ କ୍ରିକେଟରଙ୍କୁ ହଠାତ୍ ଦେଖି ଚମକି ପଡ଼ିଛନ୍ତି । ଏହାପରେ ସମସ୍ତଙ୍କୁ ଆଲିଙ୍ଗନ କରି ଶାହରୁଖ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟମନସ୍କତାରେ ଶାହରୁଖ ଶୋ’ ମଝିରେ ଚାଲି ଆସିଥିଲେ । ତେଣୁ ସେଠାରେ ସେ ରାଇନାଙ୍କ ସହ ଆକାଶ ଏବଂ ପାର୍ଥିବଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ପ୍ରଶଂସକ ମାନେ ଶାହରୁଖ ଏହି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *