Pratidin TV

Odisha's Digital News Platform

ମ୍ୟାଚ ପରେ ଷ୍ଟାଡିୟମରେ ପଡିଥିବା ଜିନିଷ ଉଠାଇଲେ ଶାହରୁଖ , ଫ୍ୟାନ କହିଲେ ଗୋଟିଏ ହୃଦୟକୁ କେତେଥର ଜିତିବେ..

1 min read

ବଲିଉଡର ବାଦଶାହା ଶାହରୁଖ କେବଳ ରିଲ୍ ରେ ନୁହେଁ ରିଏଲରେ ହିରୋ । ନିଜର ଦମଦାର ଅଭିନୟକୁ ନେଇ ସେ ଯେତିକି ବି ଚର୍ଚ୍ଚାରେ ରୁହନ୍ତି ତାଠୁ ଅଧିକ ତାଙ୍କ ଉଦାରତା ପାଇଁ । କିଙ୍ଗ ଖାନ୍ ଜଣେ ଏତେବଡ ଅଭିନେତା ହେଲେ ମଧ୍ୟ ମନରେ ତାଙ୍କର ଟିକେବି ଗର୍ବ ନାହିଁ ଷ ସେ ଏମିତି କିଛି କରିଥାନ୍ତି ଆପେ ତାଙ୍କର ପ୍ରଶଂସକ ତାଙ୍କର ପ୍ରଶଂସା ନକରି ରହିପାରନ୍ତିନି । ଏବେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଶାହାରୁଖ ଖାନଙ୍କ ଦମ୍ କ୍ରିକେଟ ଦୁନିଆରେ ମଧ୍ୟ ଦେଖିବାକୁ ମିଳେ । ଆଜିକାଲି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଉତ୍ସାହ ଚରମ ସୀମାରେ ପହଞ୍ଚିଛି ।

ରବିବାର ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଚାଲିଥିବା ଆଇପିଏଲ ମ୍ୟାଚରେ ଏକ କଡା ଟକ୍କର ଯେଉଁଥିରେ କିଙ୍ଗ ଖାନଙ୍କ ଦଳ ଜିତିଥିଲା । କୋଲକାତା ନାଇଟ ରାଇଡର୍ସର ବିଜୟରେ ଶାହାରୁଖ ଖାନଙ୍କ ପ୍ରଶଂସକମାନେ ଯେତିକି ଖୁସି ଥିଲେ, ସେମାନେ ମ୍ୟାଚ ଶେଷ ହେବା ପରେ କିଙ୍ଗ ଖାନଙ୍କ ଅଙ୍ଗଭଙ୍ଗୀରେ ଅଧିକ ଖୁସି ହୋଇଥିଲେ । ଶାହରୁଖ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମ୍ୟାଚ ଶେଷ ହେବା ପରେ ସେ ତଳେ ପଡିଥିବା କେକେଆରର ପତାକା ଉଠାଉଥିବା ଦେଖିବାକୁ ମିଳିଛି ।ଶାହରୁଖ ଗୋଟିଏ ଗୋଟିଏ କରି ପତାକା ଉଠାଉଥିବା ଦେଖିବାକୁ ମିଳଥିଲା । ଜଣେ ସୁପରଷ୍ଟାର ହୋଇଥିଲେ ମଧ୍ୟ ସେ ନିଜେ ପ୍ରତ୍ୟେକ ପତାକା ଉଠାଇ ବିନା ଦ୍ୱିଧାରେ କର୍ମଚାରୀଙ୍କୁ ଦେଇଥିଲେ । କିଙ୍ଗ ଖାନଙ୍କ ଏପରି କାର୍ଯ୍ୟ ପ୍ରଶଂସକଙ୍କ ହୃଦୟ ଜିତିଛି ।

Leave a Reply

Your email address will not be published. Required fields are marked *